ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) : ରବିବାର ଦିନ ବ୍ରହ୍ମପୁର ସବୁଜ ବାହିନୀ , ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ),ମାରଓ୍ବାଡି ମହିଳା ସମିତି , ନେଚର ଲଭର୍ସ ଓଡିଶା , ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ଏରାବିକ୍ସ ଡେଡିକେସନ ଇନ୍ ଭିମ୍ ( ଇଊଓଠ)ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ବେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟ ରେ”ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ନବମ ଥର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । । ଏହି କାର୍ୟ୍ୟକ୍ରମ ର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଆଜିର କାର୍ୟ୍ୟକ୍ରମରେ ଏରାବିକ୍ସ ଡେଡିକେସନ ଇନ୍ ଭିମ୍ ( ଇଊଓଠ)ର ୧୨ ଜଣ ସଦସ୍ୟ ରକ୍ତ ଦାନ କରିଥିଲେ ସେଥିମଧ୍ୟରୁ ୪ ଜଣ ପ୍ରଥମ ଥର ଓ ୨ ଜଣ ମହିଳା ଥିଲେ ।ଏହି କାର୍ୟ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ,ସଂପାଦକ ଏମ୍.ଦିଲ୍ଲିପ୍ କୁମାର,,ପରିଷଦର ସଭାପତି ସାଗର କୁମାର ପାତ୍ର ,ସଞ୍ଜୟ ପାତ୍ର,ସୁଶିଲ କୁମାର, ବନମାଳୀ ପ୍ରଧାନ,ସନିଆ ଗୈ।ଡ, ବି.ସୂର୍ୟ୍ୟନାରାୟଣ ପାତ୍ର,ଏ.ଡି.ଆଇ.ଭି ର ମୁଖ୍ୟ ଜି.ଆଦିନାରାୟଣ ପାତ୍ର,ନଳିନୀ କାନ୍ତ ତ୍ରିପାଠୀ,ବାଦଲ କୁମାର,ସତ୍ୟନାରାୟଣା,ସର୍ବେଶ୍ବର,ସମାଜସେବୀ ସବିତା ସାହୁକାର ଓ ନେଚର୍ସ ଲଭର୍ସ ଓଡିଶା ର ଆବାହକ ଶ୍ରୀନିବାସ ରାଜନ ଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।ଏହି ଶିବିରେ ରକ୍ତ ଭଣ୍ଡାରର ଡା.ରଶ୍ମିତା ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ପ୍ରକାଶ ଥାଉକି ସମସ୍ତ ୦୯ ଗୋଟି ଶିବିରରେ ସମୁଦାୟ ୧୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।