ଆଇଟିଓଟିୱାଇ ୨୦୧୯ ରେ ସୃଷ୍ଟି କରିଚି ଏକ ଭିନ୍ନ ପରିଚୟ
ନ୍ୟୁହଲାଣ୍ଡ ଏଗ୍ରିକଲଚର ବିଶ୍ୱର ଅନ୍ୟତମ ଅଗ୍ରଣୀ କୃଷି ଯନ୍ତ୍ରପାତି ଉପକରଣ ବ୍ରାଣ୍ଡ, ଟ୍ରାକ୍ଟର ଅଫ୍ ଦ ଇୟର ଆୱାର୍ଡ (ଆଇଟିଓଟିୱାଇ)୨୦୧୯ ରେ ପ୍ରଥମ ସଂସ୍କରଣରେ ତିନୋଟି ସ୍ୱତନ୍ତ୍ର ପୁରସ୍କାର ପାଇବାର ଯୋଗ୍ୟ ହୋଇପାରିଛି, ଯାହାକି ଭାରତୀୟ ଟ୍ରାକ୍ଟର ଓ କୃଷି ଉପକରଣ ନିର୍ମାତା ମାନଙ୍କ ପାଇଁ ଉତ୍ସର୍ଗୀକୃତ ପୁରସ୍କାର ସିରିଜ୍ ଭାବରେ ପ୍ରଦାନ କରାଯାଇଥିଲା ।
ଏହି ପୁରସ୍କାର, ଦିଲ୍ଲୀ ଠାରେ ଟ୍ରାକ୍ଟର ଜଙ୍କସନ୍ ଦ୍ୱାରା ଆୟୋଜିତ ହୋଇଥିଲା ଏବଂ ଏଇଠି ନ୍ୟୁହଲାଣ୍ଡ ତିନୋଟି ଶ୍ରେଣୀ ପାଇଁ ପୁରସ୍କୃତ ହୋଇଥିଲା:
୧-୪୬-୫୦ ଏଚ୍ପି ମଧ୍ୟରେ ସର୍ବୋତ୍ତମ ଟ୍ରାକ୍ଟର: ନ୍ୟୁହଲାଣ୍ଡ ୩୬୦୦-୨ ଅଲରାଉଣ୍ଡର ପ୍ଲସ
୨-୩୧-୪୦ ଏଚ୍ପି ମଧ୍ୟରେ ସର୍ବୋତ୍ତମ ଟ୍ରାକ୍ଟର: ନ୍ୟୁହଲାଣ୍ଡ ୩୦୩୭ ଟିଏକ୍ସ
୩- ସର୍ବୋତ୍ତମ କର୍ପୋରେଟ ସୋସିଆଲ୍ ରେସପନ୍ସିବିଲିଟି(ସିଏସ୍ଆର) ଉପକ୍ରମ: ମଲ୍ଟି ମିଡିଆ ସ୍କୁଲଏଜୁକେଶନ ପ୍ରୋଜେକ୍ଟ ନ୍ୟୁହଲାଣ୍ଡ ଡିଜିଟାଲ କ୍ଲାସରୁମ ।
ନ୍ୟୁହଲାଣ୍ଡ ୩୬୦୦-୨ ଅଲରାଉଣ୍ଡର ପ୍ଲସ ହେଉଛି ପ୍ରଥମ ଇନ୍ ଲାଇନ୍ ହାଇ-ସ୍ପୀଡ ଟ୍ରାକ୍ଟର ଯେଉଁଥିରେ ରହିଛି ଗୋଟିଏ ୫୦ଏଚ୍ପି ଶ୍ରେଣୀର ଇନ୍ଧନ ମିତବ୍ୟୟୀ ଓ ଦକ୍ଷ ଇଞ୍ଜିନ ଏବଂ ଏହା ଏହି ଶ୍ରେଣୀର ସର୍ବୋତ୍ତମ ଦରକାରୀ କ୍ଷମତା ଧାରଣ କରିଥାଏ, ଏଥିରେ ବହୁତ ଗୁଡିଏ ଏମିତି ବୈ÷ଶିଷ୍ଟ୍ୟ ରହିଛି, ଯାହା ଏହି ଟ୍ରାକ୍ଟରକୁ କରିଥାଏ ଏକ ସୁଦକ୍ଷ ଟ୍ରାକ୍ଟର ଯେମିତିକି ୨୦୦୦ କି.ଗ୍ରା. ଲିଫ୍ଟ କ୍ଷମତା, ୧୨+୩ କନଷ୍ଟାଣ୍ଟ ମେସ୍ ଗିୟର ବକ୍ସ ଏବଂ ସର୍ବାଧିକ ଟର୍କ ଗିୟର ବକ୍ସ । ଯେଉଁଠିକି ନ୍ୟୁହଲାଣ୍ଡ ୩୦୩୭ ଟିଏକ୍ସ (୩୯ ଏଚ୍ପି)ଧାରଣ କରିଥାଏ, ଏହି ଶ୍ରେଣୀର ସର୍ବାଧିକ ହର୍ସପାୱାର ଏହି ଟ୍ରାକ୍ଟର ରେ ରହିଛି ବହୁତ ଗୁଡିଏ ଟ୍ରାକ୍ଟର ଜଗତର ପ୍ରଥମ ବୈ÷ଶିଷ୍ଟ୍ୟ ଯେମିତି ଏପଟ୍ରା ପିଟିଓ ନିରପେକ୍ଷ କ୍ଲଚ୍ ଲିଭର ସହିତ, ପ୍ଲାନେଟରୀ ଡ୍ରାଇଭ୍ ସହ ସିଧା ସଳଖ ଆକ୍ସିଲ ଅନ୍ୟମାନଙ୍କ ତୁଳନାରେ ଉଚ୍ଚ କ୍ଷମତା ସମ୍ପନ୍ନ ହାଇଡ୍ରଲିକ୍ସ ।
ନ୍ୟୁହଲାଣ୍ଡର ମୁଳ କମ୍ପାନୀ ସିଏନଏଚ ଇଣ୍ଡଷ୍ଟ୍ରୀଆଲ୍ ପକ୍ଷରୁ ଆରମ୍ଭ କରାଯାଇଥିବା ମଲ୍ଟି ମିଡିଆ ଏଡେଡ୍ ସ୍କୁଲ ଏଜୁକେଶନ ସିଏସଆର ପ୍ରୋଜେକ୍ଟର ଲକ୍ଷ ହେଉଛି, ଭାରତୀୟ ସ୍କୁଲ ଗୁଡିକୁ ଉତ୍ତମ ଟିଚିଙ୍ଗ କ୍ୱାଲିଟି ଦେଇ, ତାର ଗୁଣବତ୍ତା ବୃଦ୍ଧି କରାଇଥିବା, ଯେଉଁ ଥିରେ କ୍ୟାନ ନାମକ ଏକ ସମନ୍ନିତ ମଲ୍ଟିମିଡିଆ ଉପକରଣ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ଯୋଗାଇଦିଆଯାଏ ମଲ୍ଟିମିଡିଆ ବିଷୟବସ୍ତୁ ଓ ପାଠ୍ୟକ୍ରମ ଦେଶରେ ୭୭ ସ୍କୁଲରେ, ୩୦,୦୦୦ ରୁ ଅଧିକ ବିଦ୍ୟାର୍ଥୀ ଏକ ଉନ୍ନତ କଥୋପକଥନ ଶୈ÷ଳୀରେ ଶିକ୍ଷା ଗ୍ରହଣ କରୁଛନ୍ତି ।
ଏହି ଅବସରରେ ଭାରତ ପାଇଁ ବ୍ରାଣ୍ଡ କମ୍ୟୁନିକେଶନ ମ୍ୟାନେଜର ଶ୍ରୀ ବ୍ରଜେନ୍ଦ୍ର କୁମାର କହିଲେ ଯେ: ଏହି ପୁରସ୍କାର ଏହି କଥାକୁ ପ୍ରମାଣିତ କରୁଛି ଯେ, ନ୍ୟୁହଲାଣ୍ଡ ଏଗ୍ରିକଲଚର, ଭାରତୀୟ କୃଷକ ମାନଙ୍କୁ କୃଷିର ଯାନ୍ତ୍ରି କରଣ ଦିଗରେ ସହାୟତା ପାଇଁ ସର୍ବୋତ୍ତମ କରିଗରି ସମ୍ପନ୍ନ ଅତ୍ୟାଧୁନିକ ସମାଧାନ ପ୍ରଦାନ କରିପାରିଛି । ନ୍ୟୁହଲାଣ୍ଡର ପ୍ରତିଟି କୃଷି ଯାନ୍ତ୍ରପାତି, ଚମକ୍ତାରକ୍ଷମତ, ଇନ୍ଧନ ଦକ୍ଷ, ଆରାମଦାୟକ, ଷ୍ଟାଇଲଙ୍ଗର ଅତୁଳନୀୟ ସମନ୍ୱୟ ସହ ଏସବୁଥିରେ ରହିଛି ଉତ୍ତମ କାରିଗରୀ ବୈ÷ଶିଷ୍ଟ୍ୟ ଯାହା ଆମର ସ୍ୱତନ୍ତ୍ର ପରିଚୟ । ନ୍ୟୁହଲାଣ୍ଡ ଏଗ୍ରିକଲଚର କାରିଗରୀରେ ଉଚ୍ଚ ଗୁଣବତା ସମ୍ପନ୍ନ ଉତ୍ତମ ଶ୍ରେଣୀରେ ଟ୍ରାକ୍ଟର ପ୍ରଦାନ କରିବା ସହ କୃଷକମାନଙ୍କର ଜମିର ପ୍ରସ୍ତୁତି ଠାରୁ ଆରମ୍ଭ କରି ଅମଳ ପରବତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ପ୍ରତ୍ୟେକଟି ସ୍ଥିତିରେ ଆବଶ୍ୟକ କରୁଥିବା କୃଷି ଉପକରଣ ଯେମିତିକି ଖୋଳା ଓ ସମତୁଲ ଉପକରଣ, ରୋପଣକାରୀ, ସିଞ୍ଚନ ଉପକରଣ, ଟିଲେଜ ଉପକରଣ ଇତ୍ୟାଦିର ବିସ୍ତୃତ ଶ୍ରେଣୀ ଯୋଗାଇଦିଏ ।
ନ୍ୟୁହଲାଣ୍ଡ ଏଗ୍ରିକଲଚର ଟ୍ରାକ୍ଟର ଗୁଡିକ ଅତ୍ୟାଧୁନିକ କାରିଗରୀ, କ୍ଷମତା ଏବଂ ଇନ୍ଧନ ମିତବ୍ୟୟୀ ତଥା ସୁଦକ୍ଷ ଇଞ୍ଜିନ ଧାରଣ କରିଥାଏ, ଯାହାକି କୃଷକ ବନ୍ଧୁ, ମାନଙ୍କର ପ୍ରଥମ ପସନ୍ଦ ହୋଇପାରିଛି । ନ୍ୟୁହଲାଣ୍ଡ ଏଗ୍ରିକଲଚର ର ରହିଛି ଏକ ବିଶାଳ ନେଟୱାର୍କ, ଯେଉଁଥିରେ ସମଗ୍ର ଭାରତରେ ୧୦୦୦ରୁ ଅଧିକ କଷ୍ଟମର ଟଚ୍ ପଏଣ୍ଟ ରହିଛି ଏବଂ ଏହି ସଂଖ୍ୟା ଦିନକୁ ବଢିବାରେ ଲଗିଛି ।
ନ୍ୟୁହଲାଣ୍ଡ ଏଗ୍ରିକଲଚରର ଖ୍ୟାତି, ଆମର ଗ୍ରାହକ, ଫସଲ ଉତ୍ପାଦନକାରୀ, ପଶୁ ପାଳନ କାରୁଥିବା ବନ୍ଧୁ, କଣ୍ଟ୍ରାକ୍ଟର ବନ୍ଧୁ ଭିନେୟାର୍ଡସ ବା ଗ୍ରାଉଣ୍ଡସ୍କୋୟାର ବୃତ୍ତିଧାରୀମାନଙ୍କର ସଫଳତା ଆଧାରରେ ହିଁ ବୃଦ୍ଧି ପାଇଛି । ସେମାନେ ଆମର ବିସ୍ତୃତ ସୃଜନଶୀଳ ଉତ୍ପାଦ ଓ ସେବା ଗୁଡିକ ଉପରେ ଭରସା କରିପାରିବେ ଯେଉଁଥିରେ ଟ୍ରକ୍ଟର ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଆବଶ୍ୟକ ପ୍ରତ୍ୟେକ ଉପକରଣ, ଜିନିଷପତ୍ର ନେବା ଆଣିବା ଉପକରଣ, ଏମିତି ପୁର୍ବ ପ୍ରସ୍ତୁତି ଆର୍ଥିକ ସେବା ଗୁଡିକ ମଧ୍ୟଅନ୍ତର୍ଭୁକ୍ତ ଯାହା ଗୋଟିଏ କୃଷି ବିଶେଷଜ୍ଞ ଆର୍ôଥକ ସେବା ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ଯାହା ଗୋଟିଏ କୃଷି ବିଶେଷଜ୍ଞ କମ୍ପାନୀ ଦେଉଛି । ଏକ ଉଚ୍ଚ ବୃତ୍ତିଗତ ଭାବନାଧାରୀ ବିଶ୍ୱର ଅଗ୍ରଣୀ ନେଟୱର୍କ ଏବଂ ନ୍ୟୁହଲାଣ୍ଡର ଚମତ୍କାର ସେବାର ଉତ୍ସର୍ଗୀକୃତ ବିଚାରଧାରା, ପ୍ରତ୍ୟେକ ଗ୍ରାହକମାନଙ୍କ ପାଇଁ ସର୍ବୋତ୍ତମ ଅଭିଜ୍ଞତା ଓ ସନ୍ତୁଷ୍ଟି ପ୍ରଦାନକରିବାର ଗ୍ୟାରେଣ୍ଟି ପ୍ରଦାନ କରୁଛି ନ୍ୟୁହଲାଣ୍ଡ ଉପରେ ଅଧିକ ସୁଚନା ପାଇଁ ଦେଖନ୍ତୁ: ଙ୍ଗଙ୍ଗଙ୍ଗ.ଦ୍ଭରଙ୍ଗଷକ୍ଟକ୍ଷକ୍ଷବଦ୍ଭୟ.ମକ୍ଟଜ୍ଞ
ନ୍ୟୁହଲାଣ୍ଡ ହେଉଛି ସିଏନଏଚ ଇଣ୍ଡଷ୍ଟ୍ରିଆଲ ଏନ.ଭି. ଏକ ବ୍ରାଣ୍ଡ(ଘଣଝଋ: ଉଘଐଓ/ ଗଓ: ଉଘଐଓ) ଯାହା କ୍ୟାପିଟାଲ ଗୁଡସ୍ ସେକ୍ଟରରେ ବିଶ୍ୱର ଅଗ୍ରଣୀ କମ୍ପାନୀ, ଯାହାର ଅଭିଜ୍ଞତା ବେଶ ପ୍ରସିଦ୍ଧ, ଯାହାର ଅଛି ବିସ୍ତୃତ ଶ୍ରେଣୀର ଉତ୍ପାଦ ଓ ସମଗ୍ର ବିଶ୍ୱରେ ଅବସ୍ଥିତ । ସିଏନଏଚ ଇଣ୍ଡଷ୍ଟ୍ରିଆ ବିଷୟରେ ଅଧିକ ତଥ୍ୟ ଅନ୍ ଲାଇନ୍ ହାସଲ କରାଯାଇପାରିବ ।