ମିଛ କହି ହଟହଟା ହେଲେ ସିଡିଏମ୍ଓ

ଗତ ବାତ୍ୟାରେ ପୁରୀ ସହରର ବିପୁଳ ମାତ୍ରାରେ କ୍ଷୟକ୍ଷତି ହୋଇଥିଲା ବେଳେ ସହରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା । ତେଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ଲୋରାଇନ୍ ବଟିକା ସହର ସମେତ ଗ୍ରାମାଞ୍ଛଳର ପ୍ରତ୍ୟେକ ଘରେ ଘରେ ବଣ୍ଟନ କରାଯାଇଥିବା ବୈଠକରେ ସୂଚନା ଦେଲେ ସିଡିଏମ୍ଓ । ଏହା କହିବା ପରେ ବୈଠକରେ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରି ଭଦ୍ରବ୍ୟକ୍ତି ଓ ସେବାୟତମାନେ ଦୁଢ ଭାବରେ ବିରୋଧ କରିଥିଲେ । ସହରର କେଉଁ ଅଞ୍ଚଳରେ ବଟିକା ବଣ୍ଟନ କରାଯାଇଛି ବୋଲି ବୈଠକରେ ପ୍ରଶ୍ନ ହେବାରୁ ସିଡିଏମ୍ଓ ସଠିକ୍ ଉତ୍ତର ଦେଇ ପାରି ନଥିଲେ । ଏ ନେଇ ବୈଠକରେ ହୋ ହଲ୍ଲା ହେବାରୁ ଏଥିରେ ଜିଲ୍ଲାପାଳ ହସ୍ତକ୍ଷେପ କରି କେଉଁ କେଉଁ ଅଞ୍ଚଳରେ ବଣ୍ଟନ କରିଛ ବୋଲି ଉତ୍ତର ରଖ ବୋଲି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେ କିଛି ଉତ୍ତର ଦେଇପାରିନଥିଲେ । ଫଳରେ ବୈଠକରେ ସିଡିଏମ୍ଓ ମିଛ କହି ହଟାହଟା ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ