ସହରର ସମସ୍ତ ଡ୍ରେନ୍ ଉପରୁ ହଟିବ କ୍ୟାବିନ୍
ସହରର ମୁଖ୍ୟ ସମସ୍ୟା ଡ୍ରେନ୍ । ତେଣୁ ରଥଯାତ୍ରା ସମୟରେ ବର୍ଷା ହେଲେ ବଡଦାଣ୍ଡ ନଳା ପାଣିରେ ଉବୁଟୁବୁ ହୋଇଥାଏ । ଚଳିତବର୍ଷ ଯେପରି ସେପରି ଅସୁବିଧା ହେବନାହିଁ ସେଥିପାଇଁ ଅଣ୍ଟା ଭିଡିଛନ୍ତି ଜିଲ୍ଲାପାଳ । ବଡଦାଣ୍ଡ ସମେତ ସହରରେ ଥିବା ସମସ୍ତ ଡ୍ରେନ୍ ଉପରେ କ୍ୟାବିନ୍ ପକାଇ ବ୍ୟବସାୟ କରୁଛନ୍ତି । ଫଳରେ ଦୋକାନରୁ ବାହାରୁଥିବା ପଲିଥିନ୍ ସମେତ ସମସ୍ତ ଅଳିଆ ଡ୍ରେନ୍ ଭିତରକୁ ପକାଉଛନ୍ତି । ଯାହା ଫଳରେ ଡ୍ରେନ୍ ଜାମ୍ ହେବା ଫଳରେ ତାହା ବର୍ଷା ସମୟରେ ପାଣି ନିଷ୍କାସନରେ ବାଧା ସୁଷ୍ଟି ହେଉଛି । ଫଳରେ ଏହାକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଲା ପରେ ଜିଲ୍ଲାପାଳ ଉକ୍ତି ଘଟଣାର ସମାଧାନ ନିଜେ କରିବେ ବୋଲି କହିଛନ୍ତି । ତେଣୁ ଆସନ୍ତା ରଥଯାତ୍ରା ପୂର୍ବରୁ ସମସ୍ତ ଡ୍ରେନ୍ ଉପରୁ କ୍ୟାବିନ୍ ହଟାଯିବ ଓ ଖୋଲାଥିବା ଡ୍ରେନ୍ ଉପରେ ଖୁବ୍ଶୀଘ୍ର ସ୍ଲାବ୍ ପକାଇ ବନ୍ଦ କରାଯିବ ବୋଲି କହିଛନ୍ତି ।