୧୮ଟି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଲା
ଛତ୍ରପୁର : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଏବଂ ନବ୍ୟାପିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ଥାୟୀ ୍ର (କ୍ୱାରେଣ୍ଟାଇନ) ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ନିମନ୍ତେ ନିର୍ଦ୍ଦେଶଜାରୀ ରହିଛି । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛତ୍ରପୁର ବ୍ଲକ ୧୮ଟି ପଞ୍ଚାୟତ ଓ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ (କ୍ୱାରେଣ୍ଟାଇନ) ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ୧୮ଟି ପଞ୍ଚାୟତ ରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଆସ୍ଥାୟୀ (କ୍ୱାରେଣ୍ଟାଇନ) ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । କେତକ କେନ୍ଦ୍ରରେ ୧୦ଶର୍ଯ୍ୟାର ବ୍ୟବସ୍ଥା କରାଯାଇଥିବା ବେଳେ ଆଉ କେତକ କେନ୍ଦ୍ରରେ ଅଧିକା ଶର୍ଯ୍ୟା ବ୍ୟବସ୍ଥା କରାଯାଇଛି । ଏହି କେନ୍ଦ୍ରରେ ଅସ୍ଥାୟୀ ପାଇଖାନା , ଆଲୋକ, ଫ୍ୟାନ୍ , ଖଟ ,ବେଡସିଟ୍ ଆଦି ବ୍ୟବସ୍ଥା କରଯାଇଛି ।ସେହିପରି ୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଏପରି ବ୍ୟବସ୍ଥା କରାଯାଇଛି । ବିଦେଶରୁ ଓ ବାହାର ରାଜ୍ୟରୁ ଆସିଥିବା ବ୍ୟକ୍ତି ମାନଙ୍କୁ ଏହି କେନ୍ଦ୍ରରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ଥାନୀ ୟସରପଞ୍ଚ , ସ୍ୱାସ୍ଥ୍ୟ କର୍ମୀ , ଅଙ୍ଗନବାଡି କର୍ମୀ କେନ୍ଦ୍ରରେ ଉପସ୍ଥିତ ରହିବେ । ପଞ୍ଚାୟତ କୁତ୍ସ୍ୱଚ୍ଛତା ଏବଂ ପରସ୍ପର ଠାରୁ ଦୂରତା ବଜାୟ ରହିବା ସହିତ ମୁହଁରେ ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ଉପରେ ଗୁରୁତ୍ୱ ଦେବାକୁ ସଚେତନତା କାର୍ଯ୍ୟ ଜାରି ରହିଛି ବୋଲି ବିଡିଓ ଅମ୍ବିକା ପ୍ରସାଦ ଦାଶ ସୂଚନା ଦେଇଛନ୍ତି । ଛତ୍ରପୁର ବ୍ଲକରେ ବିଦେଶରୁ ଆସିଥିବା ୨୨ଜଣ ଏବଂ ରାଜ୍ୟ ବାହରୁ ୧୦୬୦ଜଣ ବ୍ୟକ୍ତିଙ୍କ ପଂଜିକରଣ କରାଯାଇଛି ବୋଲି ମୁନିଷିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।