ବାଙ୍ଗାଲୋରରେ ଫସିଛନ୍ତି ଓଡିଆ

ନାଉଗାଁ:କରୋନା ସଂକ୍ରମଣ ରୋକିବାକୁ ସାରା ଦେଶ ଲକ ଡାଉନ ଘୋଷଣା କରାଯାଇଛି । ତେଣୁ ଦେଶ ବାହାରେ ତଥା ରାଜ୍ୟ ବାହାରେ ରହିଥିବା ଓଡିଆମାନେ ଘରକୁ ଫେରି ପାରୁ ନାହାନ୍ତି । ସୂଚନା ମୁତାବକ ନାଉଗାଁ ବ୍ଳକର ସୁଦର୍ଶନ ଗୋଛାୟତ, ଅଭିନାଶ ଗୋଛାୟତ, ଗୋବିନ୍ଦ ଗୋଛାୟତ, ବିକ୍ରମ ଗୋଛାୟତ, ରାହୁଲ ଗୋଛାୟତ, ଗୋପିନାଥ କାଣ୍ଡି, ଶରତ ଗୋଛାୟତ, ଶ୍ରୀକାନ୍ତ ମାହାନ୍ତି ଆଦି ବାଙ୍ଗାଲୋରର କୋରାମଙ୍ଗଲା ଓ ବେଲେନ୍ଦୁରରେ ରହି ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଲଡ ଡାଉନ ଲାଗୁ ହେବା ଯୋଗୁଁ କମ୍ପାନୀ ବନ୍ଦ ହେବାରୁ ସେମାନେ ଖାଦ୍ୟ ପାଇ ପାରୁନାହାନ୍ତି । ବାଙ୍ଗାଲୋରରୁ ରେଳ ସେବା ବାତିଲ ହୋଇଯାଇଥିବାରୁ ଏହି ଲୋକମାନେ ଘରକୁ ଫେରି ପାରୁନାହାନ୍ତି । ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଏହି ଲୋକମାନଙ୍କୁ ଫେରାଇ ଆଣିବାକୁ ସେମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ