ମହାପ୍ରଭୁଙ୍କ ଆଶିଷ ନେଲେ ୩ ନୂତନ ମନ୍ତ୍ରୀ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ଚଳିତ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟଲାଭ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ଗତକାଲି ଶପଥ ଗ୍ରହଣ କରିଥିଲେ । ତାଙ୍କ ସହିତ ୨୦ ଜଣ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ୟ ଶପଥପାଠ ନେବା ସହିତ ବିଭାଗ ମଧ୍ୟ ହସ୍ତାନ୍ତର କରାଯାଇଛି । ରାଜ୍ୟରେ ନୂତନ ଭାବରେ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି । ତାଙ୍କ ବିଭାଗ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ସେ ନେଇ ଆଶାବ୍ୟକ୍ତ କରିଛନ୍ତି । ଗୁରୁବାର ୩ ମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଯାଇଛନ୍ତି । ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଓ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଝାରୀ ମହାପ୍ରଭୁଙ୍କୁ ଆଶିଷ ନେଇ ଫେରିଯାଇଥିବା ଜଣାପଡିଛି । ମନ୍ତ୍ରୀଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।