ସୁସ୍ଥ ହୋଇ ଘରକୁ ଫେରିଲେ ଭବାନୀ ପଟ୍ଟନାୟକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ମଙ୍ଗଳବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦ୍ୱିପହରରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ତେବେ ନିୟମିତ ବ୍ୟବଧାନରେ ଏକ ଡାକ୍ତରୀ ଦଳ ତାଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟାବସ୍ଥାର ପରୀକ୍ଷା କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଗତ ୨୫ ତାରିଖରେ ହୃଦରୋଗ ସମସ୍ୟା ପାଇଁ ଶ୍ରୀ ପଟ୍ଟନାୟକଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରିଥିଲେ । ହସ୍ପିଟାଲରେ ତାଙ୍କର ଆବଶ୍ୟକ ପରୀକ୍ଷା କରାଯାଉଥିଲା ତାଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ପଟ୍ଟନାୟକଙ୍କ ହୃଦରୋଗ ସହିତ ଯକୃତରେ ସମସ୍ୟା ରହିଛି । ତେବେ ଏଥିପାଇଁ ଆବଶ୍ୟକ ପରୀକ୍ଷା ଏମସ ଭୁବନେଶ୍ୱରରେ କରିବା ଲାଗି ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି । ଡାକ୍ତରୀ ଦଳର ନିଷ୍ପତ୍ତି କ୍ରମେ ତାଙ୍କ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଉଲ୍ଲେଖଯେ, ଆସନ୍ତା ଏପ୍ରିଲ ମାସରେ ଶ୍ରୀ ପଟ୍ଟନାୟକଙ୍କୁ ୯୮ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ