ସନ୍ଥ ନିରଂକାରୀ ସତସଙ୍ଘ ପକ୍ଷରୁ ରାସନ ସାମଗ୍ରୀ ବଂଟନ

ହିଞ୍ଜିଳିକାଟୁ, ୨ା୪ (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । । ଗତ ୨୨ ତାରିଖକୁ ସାରା ଭାରତ ବର୍ଷରେ ଜନତା କର୍ଫ୍ୟୁ ଘୋଷଣା କରାଯାଇଥିବା ବେଳେ ଏହା ପରଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ଲକଡ଼ାଉନ ଘୋଷଣା କରାଯାଇଛି । ଔଷଧ ଦୋକାନକୁ ବାଦ ଦେଲେ ପନିପରିବା ଓ ତେଜରାତି ଦୋକାନ ମାତ୍ର ୫ ଘଂଟା (ସକାଳ ୭ଟାରୁ ମଧ୍ୟାନ୍ନ ୧୨ଘଂଟା ପର୍ଯ୍ୟନ୍ତ) ଖୋଲା ରହିବା ସକାଶେ ଅନୁମତି ପ୍ରଦାନ କରାଯାଇଛି । ଅତ୍ୟା ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯିବା ସହ କୌଣସି ସ୍ଥାନରେ ୭ କିମ୍ବା ଉର୍ଦ୍ଧ୍ୱ ବ୍ୟକ୍ତି ଏକାଠି ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାକୁ କେହି ଉଲଂଘନ କଲେ ଧାରା ୧୮୮ ଅନୁଯାୟୀ ଦଣ୍ଡିତ କରାଯିବାକୁ ଘୋଷଣା କରାଯାଇଛି । ଓଡ଼ିଶାରେ ୫ ଜଣ କ ଜଣ ସଂଗ୍ନିଧ ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଭାରତରେ କରୋନା େୀରାଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣ ସଜାଗ ରହିବା ସକାଶେ ସରକାର ନିବେଦନ କରିବା ସହ ଏହାକୁ ଅମାନ୍ୟ କଲେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଗରିବ, ଅସହାୟ, ଦିନ ମଜୁରିଆ ଲୋକଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବା ଜଟିଳ ହୋଇପଡ଼ିଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଳକ ସମରଝୋଳ ସନ୍ଥ ନିରଂକାରୀ ସତସଙ୍ଘ ପକ୍ଷରୁ ଜିଲ୍ଲା ସଂଯୋଜକ ତଥା ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥଙ୍କ ତତ୍ୱାବଧାନରେ ମିଶନ ହଲ ପରିସରରେ ଗୁରୁବାର ଗରିବ, ଅସହାୟ, ଦିନ ମଜୁରିଆ ଲୋକଙ୍କ ୧ ମାସ ସକାଶେ ପାଇଁ ରାସନ ସାମଗ୍ରୀ ଯଥା ଚାଉଳ, ଡ଼ାଲି, ଖାଇବା ତେଲ, ଲୁଣ, ଲଙ୍କା, ହଳଦୀ, ଜିରା, ସୋରିଷ ସମେତ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଅନୁରୂପ ଭାବେ ବଡ଼ଖଣ୍ଡି, ପୋଚିଲିମା, ପୁନରଖଣ୍ଡି, ବଉଳଝୋଳି, ବଳରାମପଲ୍ଲୀ, ଖରିଡ଼ା, ଗୋପିନାଥପୁର, ଦୟାପଲ୍ଲୀ, ଗୋଦରାପଲ୍ଲୀ ପ୍ରଭୃତି ଗ୍ରାମର ଗରିବ, ଅସହାୟ, ଦିନ ମଜୁରିଆ ପରିବାରଙ୍କୁ ରାସନ ସାମଗ୍ରୀ ବଂଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସେବା ଦଳ ସଂଚାଳକ ଡ଼ି. ଆଦିକନ୍ଦ, ବଡ଼ଖଣ୍ଡି ସରଂପଚ କେ. ଦୁର୍ଗା ପ୍ରସାଦ ରାଓ, ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, ନାଗେଶ୍ୱର ରାଓ, ବଂଶୀଧର ବେହେରା, ଏମ. ପ୍ରକାଶ, ଏସ. ରାଜା ରାଓ, ଡ଼ି. ସୁକଦେବ, ସିମାଦ୍ରୀ ବେହେରା, ଆର. ବାସନ୍ତି, ଏସ, ଲତାସା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ