ଭଞ୍ଜନଗର ରେ ଗାଈ ଗୋରୁ ମାନଙ୍କୁ ପନିପରିବା ଖାଇବାକୁ ଦେଉଛନ୍ତି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ସାରା ଭାରତ ରେ କରୋନା ଭଳି ମାରାତ୍ମକ ମହାମାରି ରୋଗ ରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ତରଫରୁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ଯୋଗୁଁ ଦେଶରେ ଔଷଧ ଦୋକାନ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି l ଯାହାଫଳରେ ଗରିବ, ଅସହାୟ ଲୋକ, ବାହାର ରାଜ୍ୟରୁ ଆସି ଫସି ରହିଥିବା ବେସାହାରା ଲୋକଙ୍କ ବ୍ୟତୀତ ଭଞ୍ଜନଗର ସହର ର ପଶୁପକ୍ଷୀ ମାନେ ମଧ୍ୟ ଖାଦ୍ୟ ପାଇପାରୁ ନାହାନ୍ତି l ଗତ କିଛି ଦିନହେଲା ଭଞ୍ଜନଗର ଏନ୍ ଏ ସି ତରଫରୁ ସେହି ଅସହାୟ, ଗରିବ ଲୋକମାନଙ୍କୁ ରୋଷେଇ କରି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବାବେଳେ ଆଜି ଭଞ୍ଜନଗର ର ଗାଈ ଗୋରୁ ମାନଙ୍କୁ ପ୍ରଚୁର ପରିମାଣରେ ବାଇଗଣ, ଟମାଟ,ଭେଣ୍ଡି ଭଳି ପନିପରିବା ଖାଇବାକୁ ଦେଇଛନ୍ତି l ଏହି ପ୍ରକାର ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଏନ୍ ଏ ସି ର ସମସ୍ତ କର୍ମଚାରୀ ମାନଙ୍କୁ ସବୁବର୍ଗ ର ଲୋକେ ପ୍ରଶଂସା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ