ଗଞ୍ଜାମ ଏସପି ଙ୍କ କୋଦଳା ଅଞ୍ଚଳ ପରିଦର୍ଶନ

କୋଦଳା,(ଗୁଲସନ୍ କୁମାର କର):କୋରନା ଯୋଗୁଁ ଲକ୍ ଡାଉନ୍ କୁ ଦୃଷ୍ଟିରେ ରଖି ରବିବାର ଦିନ ଗଞ୍ଜାମ ଏସପି ବ୍ରିଜେଶ ରାୟ କୋଦଳା ଏରିଆର ସ୍ଥିତି ପରିଦର୍ଶନ କରିଛନ୍ତି। କରୋନା ମୁକାବିଲା ପାଇଁ ପୋଲିସ ବିଭାଗ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପମାନଙ୍କୁ ଅନୁଧ୍ୟାନ କରି ଖୁସି ମତବ୍ୟକ୍ତ କରିଛନ୍ତି ।ଏହା କିଭଳି କୋଦଳା ଏରିଆରେ କଡାକଡି ଜାରି ରହିଛି ତାହା ଦେଖି ମଧ୍ୟ ଖୁସି ହୋଇଥିଲେ । ସିଲ୍ କରାଯାଇଥିବା ଗଞ୍ଜାମ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା ର ସୀମା ରେଖା ମଧ୍ୟ ଯାଇକି ଦେଖିଥିଲେ। ତତ ସହ ସଟ ଡାଉନ୍ କୁ କଡାକଡି କରିବାକୁ ନିର୍ଦେଶ ଦେଇଥିଲେ ଏବଂ ଏଥିରେ ଖିଲାପ କଲେ ବାଧ୍ୟତାମୂଳକ କ୍ବାରେନଟାଇନରେ ପଠାଇବାକୁ କହିଥିଲେ । ଏଠାରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସମେତ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ