ଭରତପୁର ପଂଚାୟତରେ ରାସନକାର୍ଡଧାରୀଙ୍କୁ ଆର୍ଥିକ ସହାୟତା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭରତପୁର ପଂଚାୟତରେ ରାସନକାର୍ଡ ଓ ଲେବରକାର୍ଡଧାରୀମାନଙ୍କୁ ଆର୍ଥିକ ସହାୟତା ବୀତରଣ କରାଯାଇଛି । ପଂଚାୟତ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ତତ୍ୱାବଧାନରେ ଏହି ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ନିର୍ବାହୀ ଅଧିକାରୀ ଯଦୁମଣୀ ପ୍ରଧାନ ଓ ଗ୍ରାମରୋଜଗାର ସେବକ (ଜି.ଆର.ଏସ.) କ୍ଷଣପ୍ରଭା ରାଉତ ପଂଚାୟତର ପ୍ରତ୍ୟେକ ଗ୍ରାମରେ ଘରକୁ ଘର ବୁଲି ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମୋଟ ୮୪୯ଟି ରାସନକାର୍ଡଧାରୀଙ୍କ ମଧ୍ୟରୁ ୮୨୪ଜଣ ହିତାଧିକାରୀଙ୍କୁ ଏକହଜାରକରି ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ୩୩୫ଜଣ ଲେବରକାର୍ଡଧାରୀମାନଙ୍କ ମଧ୍ୟରୁ ୪୦ଜଣଙ୍କୁ ୧ହଜାର ୫ଶହ ଟଙ୍କା ଲେଖାଁଏ ସହାୟତା ସୋମବାର ସୁଦ୍ଧା ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।


