ତିନିମୁହାଣି ଛକରେ ପୋଲିସର ଗାଡି ଯାଂଚ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ): ଟାଉନ ଥାନା ପକ୍ଷରୁ ସୋମବାର ସହରର ତିନିମୁହାଣି ଛକରେ ଗାଡି ଗୁଡିକ ଯାଂଚ କରାଯାଇଥିଲା । ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ସେଠାରେ ଉପସ୍ଥିତ ରହି ବିନା କାରଣରେ ରାସ୍ତାରେ ବାଇକ ଚଳାଇ ଯାଉଥିବା ଯୁବକମାନଙ୍କୁ ଅଟକାଇ ଗାଡିର କାଗଜପତ୍ର ଯାଂଚ କରିଥିଲେ । ଟାଉନ ଥାନା ଏ.ଏସ.ଆଇ ଶରତ କୁମାର ବାରିକଙ୍କ ସମେତ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ରହି ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବାଇକ ଗୁଡିକୁ ଅଟକାଇ ଯାଂଚ କରିବା ସହ ପ୍ରାୟ ୨ଘଂଟାରୁ ଉର୍ଦ୍ଧ୍ୱ ସମୟଧରି ସେମାନଙ୍କ ବାଇକ ଗୁଡିକୁ ଅଟକ ରଖିବା ପରେ ଉପରିସ୍ତ ଅଧିକାରୀଙ୍କ ନିର୍ଦେଶରେ ସେମାନଙ୍କୁ ଚେତାବନୀ ଦେଇ ଛାଡିଦେଇଥିଲେ । ପୁନର୍ବାର ବିନା ଆବଶ୍ୟକତାରେ ଏଭଳି ନଆସିବାକୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ