ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଶୋଭାଯାତ୍ରା

ଯାଜପୁର,(ଯୁଗାଦ୍ଦ ନ୍ୟୁଜ) ଯାଜପୁରରେ ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ଶୋଭାଯାତ୍ରା । ଡ୍ରାଇଭର ମାନଙ୍କ ପାଇଁ ସ୍ୱତନ୍ତ୍ର କଲ୍ୟାଣ ପାଣ୍ଠି ଓ ସ୍ୱତନ୍ତ୍ର ବୋର୍ଡ ଗଠନ ସହିତ ଅଣ ପଂଜିକୃତ ଡ୍ରାଇଭର ମାନଙ୍କୁ ପଂଜିକୃତ କରି ସେମାନଙ୍କୁ ପରିଚୟ ପ୍ରଦାନ ସହିତ ଅନ୍ୟାନ୍ୟା ସୁବିଧା ଆଦି ୫ଦଫା ଦାବୀ ନେଇ ସଂଘ ପକ୍ଷରୁ ଯାଜପୁରରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଜିଲା ଚାଳକ ସଂଘ ସଭାପତି ଭରତ ଚନ୍ଦ୍ର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲାରୁ ହଜାର ହଜାର ଡ୍ରାଇଭର ଯୋଗ ଦେଇ ସେମାନଙ୍କ ଦାବୀ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଡ୍ରାଇଭର ମାନେ ଦିନ ରାତି କାମ କରି ରାଜ୍ୟ ତଥା ରାଷ୍ଟ୍ରର ଉନ୍ନତିରେ ବେଶ ସହାୟକ ହେଉଛନ୍ତି । କିନ୍ତୁ ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି । ଏ ନେଇ ଏକ ସ୍ମାରକ  ପତ୍ର ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଏହି ଦାବୀ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ନ ଦେଲେ ଷ୍ଟିଅରିଂ ଛାଡ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ