ସହାୟତା ର ହାତ ବଢାଇଲେ ୟାମି
ଫୋନି କ୍ଷତିଗ୍ରସ୍ତ ଙ୍କୁ ସହାୟତା ର ହାତ ବଢାଇଛନ୍ତି ବଲିଉଡ ଅଭିନେତ୍ରି ୟାମି ଗୈାତମ । ଆଜି ଭୁବନେଶ୍ୱରର ଜନପଥ ରେ ଥିବା ସ୍କେଚର୍ସ ଇଣ୍ଡିଆ ସୋ ରୁମ ରେ ଆଜି ଅପରାହ୍ନ ରେ ପହଁଚିବେ ୟାମି । ଫନି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଅଶଂ ଗ୍ରହଣ କରିବା ପାଇଁ ୟାମି ଅନୁରୋଧ କରିଛନ୍ତି । ଏ ପ୍ରୋଗରାମ ର ନାଁ ରଖାଯାଇଛି ଗୋ ରନ ଚ୍ୟାଲେଞ୍ଜ । ଏଥିରେ ଅଶଂ ଗ୍ରହଣ କରୁଥିବା ପ୍ରତିଯୋଗୀ ମାନଙ୍କୁ ଛୋଟ ଚାଲେଞ୍ଜ ର ସମ୍ମୁଖିନ ହେବାକୁ ପଡିବ । ସେମାନେ ଟ୍ରେଡମିଲ ଉପରେ ରନିଂ କରିବାକୁ ପଡିବ ପ୍ରତି କିଲୋମିଚର ଶେଷ କରିବା ପରେ ସ୍କେଚର୍ସ ଏକ ଏନଜିଓ କୁ ୩୦୦ ଶହ ରୁ ଉର୍ଦ୍ଧ ଜୋତା ଦାନ କରାଯିବ ଏଥିରୁ ସଂଗୃହିତ ଅର୍ଥ ଫୋନି ଦ୍ୱାରା ପିଡିତ ଲୋକମାନଙ୍କ ଲାଗି ଖର୍ଚ୍ଚ କାରାଯିବ ।