ଗଜପତିରେ ଶୋକ ପୁର୍ବତନ ବିଧାୟକ ଭରତ ପାଇକଙ୍କ ଦେହାନ୍ତ

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା):ପୁର୍ବତନ ବିଧାୟକ ଭରତ ପାଇକଙ୍କ ଦେହାନ୍ତହୋଇଛି । ସ୍ୱର୍ଗତ ପାଇକଗତକିଛି ଦିନ ଧରି ଗୁରୁତର ଅସୁସ୍ଥ ଅବସ୍ଥାରେ ଆନ୍ଧ୍ରର ଶ୍ରୀକାକୁଲମ ରେଗୁଲୁ ଠାରେ ଥିବା ଜେମସ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କର ଅବସ୍ଥାର କୌଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ଡାକ୍ତରଙ୍କ ପରାମର୍ଶରେ ଗତକାଲି ରାତ୍ରରେ ନିଜ ଘରକୁ ଫେରାଇ ଅଣା ଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ଗଜପତି ଜିଲ୍ଲାର ନିଜସ୍ୱ କୁଜାସିଂ ଗ୍ରାମରେ ତାଙ୍କରି ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ପାଇକଙ୍କ ବିୟୋଗରେ ଗଜପତି ଜିଲ୍ଲାରେ ପ୍ରଗାଢ ଶୋକ ପ୍ରକାଶ ପାଇଛି । ଗଜପତି ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଦୀପ ନାୟକ,ବରିଷ୍ଠ ବିଜେଡି ନେତା ଆନ୍ତର୍ଯ୍ୟାମୀ ଗମାଙ୍ଗ ସ୍ୱର୍ଗତ ପାଇକଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ଆନ୍ତିମ ସଂସ୍କାରରେ ଯୋଗ ଦେଇ କହିଛନ୍ତି,ଗଜପତି ଜିଲ୍ଲା ଜଣେ ଦକ୍ଷ ନେତାଙ୍କୁ ହରାଇଲା । ସ୍ୱର୍ଗତ ପାଇକ ବିଜେଡିର ଜଣେ ବରିଷ୍ଠ ନେତା ଥିଲେ । ଛାତ୍ର ଜୀବନରୁ ପାରଳା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହା ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଏବଂ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହା ବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ରେ ରାମଗିରି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ବହୁ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରି ବେଶ ଲୋକ ପ୍ରିୟତା ଅର୍ଜନ କରିଥିଲେ । ତାଙ୍କରି ଆତ୍ମା ସଦଗତି ପାଇଁ ଏହି ୨ନେତା କାମନା କରିଥିଲେ । ସେହିପରି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ସ୍ୱର୍ଗତ ପାଇକଙ୍କ ବିୟୋଗରେ ପ୍ରଗାଢ ଶୋକ ପ୍ରକାଶ କରି କହିଛନ୍ତି,ଗଜପତି ଜିଲ୍ଲା ଜଣେ ପରଉପକାରି ହରାଇଲା । ତାଙ୍କ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ସ୍ୱର୍ଗତ ପାଇକଙ୍କ ସହ ତାଙ୍କରି ବେଶ ଘନିଷ୍ଠତା ଥିଲା । କେବଳ ବିଧାୟକ ଭାବେ ଲୋକସେବା ସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କର ବେଶ ଅବଦାନ ରହିଥିଲା । ଗଜପତି ଜିଲ୍ଲାର ସମସ୍ତ ରାଜନୈତିକ ଦଳ,ବିଭିନ୍ନ ବ୍ୟକ୍ତି ବିଶେଷ ,ବହୁ ଅନୁଷ୍ଠାନ,ଓକିଲ ସଂଘ,ଜିଲ୍ଲାସ୍ତରୀୟ ସମସ୍ତ ସାମ୍ବାଦିକ,ବହୁ ସରକାରୀ ପଦାଧିକାରୀ ସ୍ୱର୍ଗତ ପାଇକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ