ଅଗ୍ନିକାଣ୍ଡ ଘଟି ୪ ବଖରା ଜଳିଗଲା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ପଞ୍ଚଭୂତି ବାଗଦେବୀ ସାହିରେ ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ଚାରି ପରିବାରର ଚାରି ବଖରା ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଜଗନ୍ନାଥପ୍ରସାଦ ଅଗ୍ନିଶମ ବିଭାଗ ପହଁଚିଲା ବେଳକୁ ଗ୍ରାମବାସୀ ନିଆଁକୁ ଭୟନକରି ଚାଳଛପର ଉପରେ ଚଢି ନିଆଁକୁ ଆୟତ୍ତ କରିନେଇଥିଲେ । ଖତ ଗଦାରେ ଲାଗିଥିବା ନିଆଁ ରୁ ଘର ଜଳିଯାଇଥିବା ଅନୁମାନ କରାଯାଇଛି । ଏଥିରେ ଉଦୟ ପ୍ରଧାନ, ଦେବରାଜ ନାୟକ ଓ ବ୍ରହ୍ମଚାରୀ ନାୟକଙ୍କ କ୍ଷତି ହୋଇଛି । ଏମାନେ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ