ତାମିଲନାଡୁରୁ ନାବାଳିକା ଉଦ୍ଧାର

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ୨୭ ଜାନୁୟାରୀ ୨୦୨୫ରେ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ମାମଲାରେ ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ଗତ ଗୁରୁବାର ତାମିଲନାଡୁରୁ ଉଦ୍ଧାର କରିଛି l ସୂଚନା ଅନୁସାରେ ନାବାଳିକା ଜଣକ ଘରୁ ନିଖୋଜ ହେବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ନଂ ୨୪/୨୦୨୫ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଥିଲା l ନାବାଳିକାଙ୍କ ବୟସ ୧୮ ବର୍ଷ ହେବା ପରେ ସେ ନିଜ ଗାଁରେ ଜଣକୁ ବିବାହ କରି ଭଲରେ ଥିବା ନେଇ ବୟାନ ଦେଇଥିବା ତଦନ୍ତକାରୀ ଅଧିକାରୀ ପ୍ରବୋଧ ଚନ୍ଦ୍ର ମହାନ୍ତି କହିଛନ୍ତି l ପୋଲିସ ବୟାନ ରେକର୍ଡ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ