ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ଅବିଶ୍ରାନ୍ତ କାର୍ଯ୍ୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ପାଇଁ ଅଙ୍ଗନୱାଡ଼ି ଓ ଆଶା କର୍ମୀ ମାନେ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ତୃଣମୂଳ ସ୍ତରରେ ସେମାନଙ୍କ କାର୍ଯ୍ୟକୁ ସମସ୍ତ କ୍ଷେତ୍ରରେ ପ୍ରଂଶସା କରାଯାଇଛି । ସରକାରୀ କର୍ମଚାରୀଙ୍କ ତୁଳନାରେ ଏମାନଙ୍କୁ କୌଣସି ଅଧିକ ପ୍ରୋତ୍ସାହନ ମିଳୁନଥିଲେ ସୁଦ୍ଧା କରୋନା ଯୁଦ୍ଧରେ ଆଗଧାଡ଼ିରେ ରହିଥିବା ଦେଖିବାକୁ ମିଳୁଛି । ବାସ୍ତବରେ ଜଣେ ପ୍ରକୃତ ସୈନ୍ୟ ଭାବେ କାର୍ଯ୍ୟ କରୁଛନ୍ତି ମକହିଲେ ଅତ୍ୟୁକ୍ତି ହେବ ନାହିଁ । ସଚେତନତା ଠାରୁ ଆରମ୍ଭ କରି ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତି କରିବା, ରନ୍ଧା ଖାଦ୍ୟ ପ୍ରସ୍ତୁତିରେ ସହଯୋଗ, ହୋମ କରେଂଟାଇନରେ ରହିବା ପାଇଁ ପରାମର୍ଶ ଭଳି ବିଭିନ୍ନ କାର୍ଯ୍ୟ ପ୍ରତିକୂଳ ପରିସ୍ଥିତିରେ କରୁଛନ୍ତି । ବାହାରୁ ଆସୁଥିବା ଲୋକ ମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ବେଳେ ଆକ୍ରମଣର ଶିକାର ହେଉଥିବା ଭଳି ସମ୍ବେଦନଶୀଳ ଅଭିଯୋଗ ହେଉଥିବା ଜଣାପଡ଼ିଛି । ଏଭଳି ପରିସ୍ଥିତିରେ ସେମାନଙ୍କୁ ଅଧିକ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ