ଅର୍ଥନୀତିକୁ ସୁଦୃଢ କରିବା ସରକାରଙ୍କ ପ୍ରାଥମିକତା: ଶିଳ୍ପ ଜଗତ

ମୁମ୍ବାଇ, (ଏଜେନ୍ସି): ନୂଆ ଏନ୍ଡିଏ ସରକାରଙ୍କ ପ୍ରାଥମିକତା ହେଉଛି ଯଥା ସମ୍ଭବ ଅର୍ଥନୀତିକୁ ଚାଲୁକରିବା । ଏହି ତଥ୍ୟ ଶିଳ୍ପ ଜଗତ ପକ୍ଷରୁ ଉଲ୍ଲେଖ କରାଯାଇଛି । ମାର୍ଚ୍ଚ ତ୍ରୈମାସରେ ଅଭିବୃଦ୍ଧି ହାର ୫.୮%କୁ ହ୍ରାସ ପାଇ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ହରାଇବା ପରେ ଏହି ମନ୍ତବ୍ୟ ପ୍ରଦାନ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଜିଡିପିରେ ୬.୮%ହାରରେ ବୃଦ୍ଧି ପାଇଛି । ଯାହା ୨୦୧୭-୧୮ ଆର୍ଥିକ ବର୍ଷରେ ୭.୨% ଥିଲା । ଟିଭିଏସ୍ ମୋଟର କମ୍ପାନୀର ଅଧ୍ୟକ୍ଷ ବେଣୁ ଶ୍ରୀନିବାସନ କହିଛନ୍ତି ଯେ ଏନ୍ବିଏଫ୍ସି କ୍ଷେତ୍ରରେ ସଙ୍କଟ ଯୋଗୁଁ ଯଥେଷ୍ଟ ପରିମାଣର ଟଙ୍କା ଯୋଗାଣରେ ନାହିଁ ଏବଂ ଗ୍ରାହକମାନଙ୍କ ପାଖରେ ଜିନିଷ କିଣିବାକୁ ଟଙ୍କା ନାହିଁ । ଏଫ୍ଏମ୍ସିଜି, ଗାଡ଼ି ଯଥା କାର୍, ଟ୍ରକ୍, ଦୁଇଚକିଆ ଯାନ ଏବଂ ଟ୍ରାକ୍ଟର ଇତ୍ୟାଦି ସବୁକ୍ଷେତ୍ର ନିମ୍ନ ଅଭିବୃଦ୍ଧିର ଶିକାର ହୋଇଛି । ତେଣୁ ସରକାରଙ୍କ ପାଇଁ ପ୍ରଥମ ଆହ୍ୱାନ ହେଉଛି ଅର୍ଥନୀତିକୁ ଶୀଘ୍ର ଚାଲୁକରିବା ଏବଂ ଅଭିବୃଦ୍ଧି ଫେରାଇ ଆଣିବା ବୋଲି ସିଆଇଆଇ ତରଫରୁ ଆୟୋଜନ କରାଯାଇଥିବା ପ୍ରଫେସରଲର୍ଡ ସୁଶାନ୍ତ କୁମାର ଭଟ୍ଟାଚାର୍ଯ୍ୟ ସ୍ମାରକୀ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି । ଗ୍ରାହକମାନଙ୍କ ପାଖକୁ ଋଣ ପ୍ରବାହ କରାଇ ଚାହିଦାକୁ ବଢ଼ାଇବାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଛନ୍ତି । ସମାନ ଅଭିବ୍ୟକ୍ତି ପ୍ରକାଶକରି ଟାଟାଷ୍ଟିଲ୍ର ପରିଚାଳନା ନିର୍ଦେଶକ ଟିଭି ନରେନ୍ଦ୍ରନ କହିଛନ୍ତି ଯେ, “ନୂଆ କ୍ୟାବିନେଟ୍ର ପ୍ରଥମେ ଅର୍ଥନୀତିକୁ ସୁଧାରିବା ଉପରେ ଗୁରୁତ୍ୱାରୋପ କରିବା ଦରକାର । ଏବଂ ଏହା ପୂର୍ବରୁ ଯେଭଳି ଥିଲା ସେଭଳି ଭଲ ସ୍ଥିତିରେ ଏହାକୁ ଆରମ୍ଭ କରିବାକୁ ପଡ଼ିବ । ଗ୍ରାମୀଣ ଅର୍ଥନୀ ତିଉପରେ ମଧ୍ୟ ଗୁରୁତ୍ୱାରୋପ କରିବାକୁ ପଡ଼ିବ । ସେ କହିଛନ୍ତି ଯେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ ଦେଶକୁ ଆସୁଛି ଏବଂ ଶୀଘ୍ର ଘରୋଇ ପୁଞ୍ଜିନିବେଶ ପରିମାଣ ବଢ଼ିବ । ଏନ୍୍ବିଏଫ୍ସି କ୍ଷେତ୍ରରେ ନଗଦ ଅର୍ଥରାଶି ସ୍ଥିତିରେ ଉନ୍ନତି ଆଣିବା ପାଇଁ ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ