ଶ୍ରୀକୃଷ୍ଣ ଙ୍କ ଶରଣ ରେ ମୋଦି

ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି କେରଳର ପ୍ରସିଦ୍ଧ ଗୁରୁଭାୟୁର ମନ୍ଦିରରେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଆରାଧନା କରିଛନ୍ତି । ଏହି ଗ୍ରସ୍ତ ପାଇଁ ମୋଦି ସ୍ୱତନ୍ତ୍ର ଭାବେ କେରଳ ର ପ୍ରସିଦ୍ଧ ମୁଣ୍ଡୁ ବସ୍ତ୍ର ପରିଧାନ କରି ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜାର୍ଚ୍ଚନା କରିଥିଲେ । ମୋଦି ସେଠାରେ ପହଁଚିବା ପରେ ନାହିଁ ନଥିବା ଜନ ସମର୍ଥନ ଦେଖିବାକୁ ମିଳିଥିଲା । ପରେ ମନ୍ଦିରରେ ମୋଦି ପଦ୍ମ ଫୁଲ ସହିତ ତରାଜୁ ରେ ଓଜନ ହୋଇଥିଲେ । ଖାସ କରି ତାମିଲନାଡୁ ର ନଗର କେଏଲରୁ ୧୧୨ କେଜି ପଦ୍ମ ଫୁଲ ଅଣାଯାଇଥିଲା । ପୂଜା ସାରିବା ପରେ ମନ୍ଦିର ଅଧିକାରୀ ମାନଙ୍କ ସହିତ କିଛି ସମୟ କଥା ହୋଇଥିଲେ ଏବଂ ଏହା ସହିତ ମନ୍ଦିରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ଏବଂ ଆସିବା ବେଳେ ମନ୍ଦିରର ହୁଣ୍ଡି ରେ ୩୯ ହଜାର ୪ ଶହ ୨୧ ଟଙ୍କା ଦକ୍ଷିଣା ଆକାରରେ ଦେଇଥିଲେ । ଏହାପରେ ସେ ତ୍ରିଶୁର ଆୟୋଜିତ ଜନ ସଭାରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ