କୋଭିଡ-୧୯ସଂକ୍ରାନ୍ତରେ ସଦ୍ୟତମ ସୂଚନା
ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ସଂକ୍ରମଣର ନିରାକରଣ, ପ୍ରତିରୋଧ ଏବଂ ମୁକାବିଲା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହିତ କୋଭିଡ-୧୯ମୁକାବିଲା ନିମନ୍ତେ ସମସ୍ତଙ୍କ ମିଳିତ ସଂକଳ୍ପକୁ ବ୍ୟକ୍ତ କରିଥିଲେ । ଭାରତ ସରକାର ନିଜର ନିରନ୍ତର ପ୍ରୟାସକ୍ରମେ ଏକ ପର୍ଯ୍ୟାୟ ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦେଶର ପ୍ରତ୍ୟେକ ରାଜ୍ୟରେ ଯେପରି ପିପିଇ, ଏନ-୯୫ମାସ୍କ, ଟେଷ୍ଟିଂ କିଟ, ଔଷଧ, ଭେଣ୍ଟିଲେଟରର ଅଭାବ ନରୁହେ ତାହା ସୁନିଶ୍ଚିତ କରୁଛନ୍ତି । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟସ୍ତରରେ ସମର୍ପିତ କୋଭିଡ-୧୯ହସ୍ପିଟାଲ ସ୍ଥାପନକୁ ଭାରତ ସରକାର ସୁନିଶ୍ଚିତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ : ସମର୍ପିତ କୋଭିଡ ହସ୍ପିଟାଲ ସଂଖ୍ୟା : ୫୮୬, ଆଇସୋଲେସନ ଶଯ୍ୟା : ୧,୦୪,୬୧୩, ଆଇସିୟୁ ଶଯ୍ୟା : ୧୧,୮୩୬, କୋଭିଡ-୧୯ରେଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ ଅଗ୍ରଣୀ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ନିୟମିତ ୱେବିନାର ଆୟୋଜନ କରାଯାଉଛି । ଏହି ୱେବିନାରର କାର୍ଯ୍ୟସୂଚୀ ନିୟମିତ ଭାବେ https://www.mohfw.gov.in ୱେବସାଇଟରେ ଅପଲୋଡ କରାଯାଉଛି । ଶ୍ୱାସକ୍ରିୟା ଜନିତ ସ୍ୱାସ୍ଥ୍ୟ ପାଇଁ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ନିମନ୍ତେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସାରା ଦେଶରେ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜିଲ୍ଲା କଣ୍ଟିନଜେନ୍ସି ଯୋଜନାରେ ଆୟୁଷ ସମାଧାନକୁ ସାମିଲ କରିବା ନିମନ୍ତେ ପ୍ରସ୍ତାବ ଦେଇଛି । ଏହି ଗାଇଡଲାଇନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟରେ ଅପଲୋଡ ହୋଇଛି । କୋଭିଡ-୧୯ମୁକାବିଲା ଲାଗି ବିଭିନ୍ନ ଜିଲ୍ଲା ଅଭିନବ ପଦ୍ଧତି ଅବଲମ୍ବନ କରୁଛନ୍ତି । ପ୍ରଥମେ କୋଭିଡ କ୍ଲଷ୍ଟର ଭାବେ ଚିହ୍ନଟ ହୋଇଥିବା ଆଗ୍ରାରେ କୋଭିଡ-୧୯ମୁକାବିଲା ନିମନ୍ତେ କ୍ଲଷ୍ଟର ନିୟନ୍ତ୍ରଣ ରଣନୀତି ଉପରେ ଗୁରୁତ୍ୱାରୋପ କରଯାଉଛି । ଏଥିପାଇଁ ରାଜ୍ୟ, ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀକର୍ମୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟରକୁ ୱାର ରୁମ ଭାବେ ବ୍ୟବହାର କରି ସ୍ମାର୍ଟ ସିଟି ସୁବିଧାର ଉପଯୋଗ କରୁଛନ୍ତି । କ୍ଲଷ୍ଟର ନିୟନ୍ତ୍ରଣ ଏବଂ ସଂକ୍ରମଣ ନିୟନ୍ତ୍ରଣ ଯୋଜନା ଅଧୀନରେ ଜିଲ୍ଲାପ୍ରଶାସନ ପକ୍ଷଣୁ ଉତ୍ପାତି ସ୍ଥଳ ଚିହ୍ନଟ କରାଯାଉଛି, ଚିହ୍ନଟ ହୋଇଥିବା ପଜିଟିଭ ମାମଲାଗୁଡ଼ିକର ବିସ୍ତୃତ ପ୍ରଭାବ ମାନଚିତ୍ର ମାଧ୍ୟମରେ ଆକଳନ କରାଯାଉଛି ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ମିଶ୍ରିତ ଯୋଜନା ଅନୁଯାୟୀ ସ୍ୱତନ୍ତ୍ର ଟାସ୍କଫୋର୍ସକୁ ମୁତୟନ କରାଯାଉଛି । ସକ୍ରିୟ ସର୍ବେକ୍ଷଣ ଏବଂ ନିୟନ୍ତ୍ରଣ ଯୋଜନା ମାଧ୍ୟମରେ ହଟସ୍ପଟଗୁଡ଼ିକୁ ପରିଚାଳିତ କରାଯାଉଛି । ଉତ୍ପତିସ୍ଥଳର ୩କିମି ପରିଧି ଏବଂ ମୋଟ 5 କିମି ପରିଧିକୁ କଣ୍ଟେନମେଣଟ ଜୋନ ଭାବେ ଚିହ୍ନଟ କରାଯାଉଛି । ଏହି କଣ୍ଟେନମେଣ୍ଟ ଅଞ୍ଚଳରେ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟରେ ନିୟୋଜିତ କରାଯିବା ସହିତ ୧୨୪୮ଟି ଦଳକୁ ନିୟୋଜିତ କରାଯାଉଛି । ପ୍ରତ୍ୟେକ ଦଳରେ ଏଏନଏମ/ଆଶା/ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ୨ଜଣ କର୍ମଚାରୀ ରହୁଛନ୍ତି । ଏହି ଟିମଗୁଡ଼ିକ ଘରକୁ ଘର ବୁଲି 9.3 ଲକ୍ଷ ଲୋକଙ୍କ ନିକଟରେ ସ୍କ୍ରିନିଂ କରିବା ଲାଗି ପହଞ୍ଚୁଛନ୍ତି । ଏହାବ୍ୟତୀତ, ପ୍ରଥମେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିକୁ ପ୍ରଭାବୀ ଢଙ୍ଗରେ ଆଗୁଆ ଠାବ କରାଯାଇ ଯାଞ୍ଚ କରାଯାଉଛି । ଏହାଛଡ଼ା ସକ୍ରିୟ ସରକାରୀ-ଘରୋଇ ଭାଗିଦାରୀ ଜରିଆରେ ଆଇସୋଲେସନ, ଟେଷ୍ଟିଂ ଓ ଚିକିତ୍ସା ସୁବିଧା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହାସହିତ, ଅସହାୟ ଲୋକମାନଙ୍କୁ ଖାଦ୍ୟ ଓ ଜରୁରି ସାମଗ୍ରୀ ନିରନ୍ତର ଭାବେ ଯୋଗାଇ ଦିଆଯାଉଛି । ଅନ୍ୟମାନଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକତା ପୂରଣ କରାଯାଉଛି । ଲକଡାଉନ ସମୟରେ ନାଗରିକଙ୍କ ଘରେ ଜରୁରି ସରଞ୍ଜାମ ବିତରଣ ସୁନିଶ୍ଚିତ କରାଯାଉଛି ଏବଂ ଜରୁରି ସାମଗ୍ରୀ ଓ ସେବା ଯୋଗାଣ ନିମନ୍ତେ ଇ-ପାସ ବ୍ୟବସ୍ଥା କରାଯାଇଛି । ଏହା କରିବା ସମୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଓ ସମ୍ପୃକ୍ତି ଉପରେ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱାରୋପ କରୁଛି । ଲୋକମାନଙ୍କ ନିକଟରେ ପହଞ୍ଚିବା ଲାଗି କେନ୍ଦ୍ରୀୟ ହେଲ୍ପଲାଇନ ସ୍ଥାପନ କରାଯାଇଛି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ବହୁମୁଖୀ ଦଳ ଗଠନ କରାଯାଇଛି । ଆଗ୍ରା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା କ୍ଲଷ୍ଟର କଣ୍ଟେନମେଣ୍ଟ ରଣନୀତିକୁ ଶ୍ରେଷ୍ଠ ପ୍ରଚଳନ ଭାବେ ଅନ୍ୟ ରାଜ୍ୟଗୁଡ଼ିକ ବଣ୍ଟାଯାଇଛି । ଗତକାଲି ଠାରୁ ଭାରତରେ ୧୦୩୫ଟି କୋଭିଡ-୧୯ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୮୫୫ଟି ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୨୩୯ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ୬୪୨ଜଣ ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି । ବର୍ତ୍ତମାନସୁଦ୍ଧା ଦେଶରେ ୭୪୪୭ଟି ସୁନିଶ୍ଚିତ ସଂକ୍ରମଣ ମାମଲାର ରିପୋର୍ଟ ଆସିଛି। କୋଭିଡ-୧୯ ସଂକ୍ରାନ୍ତରେ ସମସ୍ତ ପ୍ରକାରର ଭରସାଯୋଗ୍ୟ ଓ ସତ୍ୟ ଆଧାରିତ ବୈଷୟିକ ସୂଚନା, ଗାଇଡଲାଇନ ଏବଂ ମାର୍ଗଦର୍ଶିକା ନିମନ୍ତେ ନିୟମିତ ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟ୍ https://www.mohfw.gov.in/ ଦେଖନ୍ତୁ। କୋଭିଡ-୧୯ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19@gov.inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019@gov.in ରେ ଇମେଲ କରନ୍ତୁ। କୋଭିଡ-୧୯ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +୯୧-୧୧-୨୩୯୭୮୦୪୬ or ୧୦୭୫ (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-୧୯ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ରହିଛି।


