୧୭ ଜମାତିଙ୍କୁ ଗିରଫ କରି ଜେଲ୍ ପଠାଇଲା ପୋଲିସ୍
ବାହାରିଚ୍: ବିଭିନ୍ନ ଭିସା ନିୟମର ଉଲ୍ଲଙ୍ଘନ ଅଭିଯୋଗରେ ୧୭ ତବଲିଗୀ ଜମାତୀଙ୍କୁ ଗିରଫ କରାଯାଇଛି। ଏହି ୧୭ ଜଣଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯାଇଥିବା ବେଳେ ରବିବାର କ୍ବାରାଣ୍ଟାଇନ୍ ଅବଧି ଶେଷ ହୋଇଥିଲା। କ୍ବାରାଣ୍ଟାଇନ୍ ଅବଧି ଶେଷ ହେବା ପରେ ରବିବାର ସମସ୍ତଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି। ସମସ୍ତଙ୍କୁ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି। ଏହି ୧୭ ଜଣ ଥାଇଲାଣ୍ଡ ଏବଂ ଇଣ୍ଡୋନେସିଆର ନାଗରିକ ହୋଇଥିବା ବେଳେ ଭିସା ଏବଂ ପାସପୋର୍ଟ ଆଇନ ଉଲ୍ଲଂଘନ କାରଣରୁ ସମସ୍ତଙ୍କୁ ଗିରଫ କରାଯାଇଛି। ପୋଲିସ୍ ପକ୍ଷରୁ ଆଇପିସିର ଧାରା ୨୬୯, ୨୭୦, ୨୭୧ ଏବଂ ୧୮୮ ସହିତ ମହାମାରୀ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।


