ଏନ୍ଏସ୍ଡିସିର ଇ-ସ୍କିଲ୍ ପୋର୍ଟାଲରେ ୪୦୦ରୁ ଅଧିକ ପାଠ୍ୟକ୍ରମ
ନୂଆଦିଲ୍ଲୀ : ଭାରତରେ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ବର୍ଗଙ୍କୁ କୁଶଳୀ କରାଇବା ପାଇଁ ଯୋଜନା ବଦ୍ଧ ଭାବେ ପ୍ରୟାସ ଆରମ୍ଭ ହୋଇଛି । ମାତ୍ର ସମ୍ପ୍ରତି କୋଭିଡ୍-୧୯ ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱରେ ପାଠପଢ଼ା ସହିତ ବହୁ କାର୍ଯ୍ୟ ବନ୍ଦ ରହିଛି । ଏପରିସ୍ଥଳେ ଡିଜିଟାଲ ଲର୍ଣ୍ଣିଂ ପ୍ରତି ଶିକ୍ଷାର୍ଥୀ ଆକୃଷ୍ଟ ହେଉଛନ୍ତି । ତେଣୁ ଏବେ ଏନ୍ଏସ୍ଡିସିର ଇ-ସ୍କିଲ୍ ଇଣ୍ଡିଆ ପୋର୍ଟାଲରେ ୪୦୦ରୁ ଅଧିକ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ଇ-ପାଠ୍ୟକ୍ରମ ଇଂଲିଶ୍ ସ୍କୋର, ଏସ୍ଏଏସ୍ ଇଣ୍ଡିଆ, ଆମେରିକାର ସେଲର ଏକାଡେମୀ ଏବଂ ଅପ୍ଗ୍ରାଡ୍ ଆଦି ପକ୍ଷରୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି । ଇ-ସ୍କିଲ୍ ଇଣ୍ଡିଆ ପକ୍ଷରୁ ଭର୍ଚ୍ୟୁଆଲ୍ ଲର୍ଣ୍ଣିଂ ଏବଂ ରିମୋଟ କ୍ଳାସ୍ ରୁମ୍ ସୁବିଧା ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଏହି ଅବସରରେ ଜାତୀୟ ଦକ୍ଷତା ବିକାଶ କର୍ପୋରେଶନ ଏମ୍ଡି ଏବଂ ସିଇଓ ଡ. ମନୀଶ କୁମାର କହିଲେ, “ ସମ୍ପ୍ରତି ଦେଖାଦେଇଥିବା ଅନିଶ୍ଚିତ ସମୟରେ ପାଠପଢ଼ା ଜାରି ରଖିବା ପାଇଁ ଅନ୍ଲାଇନ୍ ଏକ ବିକଳ୍ପ ଭାବେ ଉଭା ହୋଇଛି । ତେଣୁ ସେଲଫ୍ ଲର୍ଣ୍ଣିଂ ସୁବିଧା ସହିତ ଉଚ୍ଚଗୁଣାବର୍ତାଯୁକ୍ତ ଚିକିତ୍ସାର ଆବଶ୍ୟକତା ରହିଛି । ଏନେଇ ବହୁ ନଲେଜ୍ ପ୍ରୋଭାଇଡର ସହିତ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ । ଏନ୍ଏସ୍ଡିସି ବ୍ରିଟିଶ୍ କାଉସିଲ୍ର ଇଂଲିଶ୍ ସ୍କୋର୍ ଆପ୍ ସହିତ ମିଳିତ ହୋଇ ବିଶ୍ୱସ୍ତରୀୟ ଇଂଲିଶ୍ ଭାରତୀୟ ଯୁବବର୍ଗଙ୍କୁ ଉପଲବ୍ଧ କରାଇବାକୁ ସକ୍ଷମ । ଏହା ୧ ଲକ୍ଷ ମାଗଣା ପ୍ରମାଣ ପତ୍ର ଭାରତୀୟ ଯୁବବର୍ଗଙ୍କୁ ପ୍ରଦାନ କରିବାକୁ ଚୁକ୍ତିବଦ୍ଧ । ସେହିପରି ୱାଶିଂଟନ ଡିସି ସ୍ଥିତ ସେଲର ଏକାଡେମୀ ସହିତ ମିଳିତ ହୋଇ ଏନ୍ଏସ୍ଡିସି ଭାରତୀୟ ଯୁବବର୍ଗଙ୍କୁ ବେଲେଭ୍ୟୁ, ବେଥେଲ୍,ବ୍ରାଣ୍ଡାନ୍, କ୍ୟାଥଲିକ୍, କୋଲୋରାଡୋ, ସଦର୍ନ ନିୟୁ ହାମ୍ପିଶେଏର,ଥୋମାସ୍ ଏଡିସନ୍, ମାରିଲ୍ୟାଣ୍ଡ୍ ଆଦି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାଦାନ କରାଯାଇପାରିବ । ଏସ୍ଏଏସ୍ ସହିତ ମିଳିତ ହୋଇ ଇ-ସ୍କିଲ୍ ଇଣ୍ଡିଆ ପକ୍ଷରୁ ଡାଟା ଆନାଲିଟିକ୍ସ୍, ମେସିନ୍ ଲର୍ଣ୍ଣିଂ, ପ୍ରିଡେକ୍ଟିଭ୍ ମଡେଲିଙ୍ଗ୍,ଷ୍ଟାଟିକାଲ୍ ବିଜନେସ୍ ଆନାଲିଟିକ୍ସ୍ ଆଦି ଉପରେ ଶିକ୍ଷାଦାନ କରାଯିବ । ଏହା ଆଇଟି, ରିଟେଲ୍ ଫାର୍ମା,ବ୍ୟାଙ୍କିଂ ଏବଂ ଫାଇନାନ୍ସ୍, ମାନ୍ୟୁଫାକଚରିଂ ଆଦି ଶିଳ୍ପ କ୍ଷେତ୍ରରେ ବେଶ୍ ଉପଯୋଗୀ ହୋଇପାରିବ । ୱାଧୱାନି ଫାଉଣ୍ଡେଶନ ସହିତ ମିଳିତ ହୋଇ ଏନଏସ୍ଡିସି ପକ୍ଷରୁ ଭାରତୀୟ ଯୁବବର୍ଗଙ୍କୁ ନିଦ୍ଦିଷ୍ଟ ଦକ୍ଷତା ଏବଂ ଉଦ୍ୟୋଗିକ ବିକାଶ କାର୍ଯ୍ୟ ଏହି ପୋର୍ଟାଲ ଦ୍ୱାରା ସମ୍ପନ୍ନ ହୋଇପାରିବ । ଏହି ପୋର୍ଟାଲ୍ ସହାୟତାରେ ଘରେ ରହି କାମ ସମ୍ପନ୍ନ ହେବା ସହିତ ଏନରୋଲ୍ କରାଯାଇ ପାରିବ । ଏନେଇ ଏନ୍ଏସ୍ଡିସି ପକ୍ଷରୁ ଅମ୍ରିତା ବିଶ୍ୱବିଦ୍ୟାଳୟ,ସେଲଫୋର୍ସ, ଏସ୍ଏଏସ୍, ୱାଧୱାନି ଫାଉଣ୍ଡେଶନ, ସେଲର ଏକାଡେମୀ, ଟିସିଏସ୍ ଆୟନ, ବେଟ୍ର୍ୟୁ ୟୁ, ଆପୋଲୋ ମେଡ୍ ଭାରସିଟି, ଆଇ-ପ୍ରାଇମଡ୍, ଲିକ୍ ଭିଡ୍ ଇଂଲିଶ୍ ଏଡଜ୍, ଫେୟାର ଆଣ୍ଡ ଲଭ୍ଲି ଫାଉଣ୍ଡେଶନ, ଆଇବିଏମ୍ ସ୍କିଲ୍ ଆଦି ସହିତ ମିଳିତ ଭାବେ କାର୍ଯ୍ୟ ଜାରି ରହିଛି ।


