ନ୍ୟୁହଲାଣ୍ଡ ଏଗ୍ରିକଲଚର ବ୍ରାଣ୍ଡ୍ ଅଫ୍ ଦି ଡେକାଡ୍ ଆୱାର୍ଡ-୨୦୨୦ରେ ସମ୍ମାନିତ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ନ୍ୟୁହଲାଣ୍ଡ ଏଗ୍ରିକଲଚରକୁ ବ୍ରାଣ୍ଡ୍ ଅଫ୍ ଦି ଡେକାଡ୍ ଆୱାର୍ଡ-୨୦୨୦ ପ୍ରଦାନ କରାଯାଇଛି । ଏହିବର୍ଗର ୫୦୦ ବ୍ରାଣ୍ଡକୁ ପଛରେ ପକାଇ ନ୍ୟୁ ହଲାଣ୍ଡ ଏଭଳି ସମ୍ମାନ ହାସଲ କରିପାରିଛି । ହୋଟେଲ ସାହାରା ଠାରେ ସିଏନ୍‌ଏଚ୍ ଇଣ୍ଡଷ୍ଟ୍ରି୍ରଆଲର ନ୍ୟୁ ହଲାଣ୍ଡ ଏଗ୍ରିକଲଚରକୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ବ୍ରାଣ୍ଡ ଇକ୍ୱିଟି, ଇନୋଭେଶନ୍ ଏବଂ ଗ୍ରାହକ ବିଶ୍ୱାସନୀୟତା ହାସଲ ତଥା ଅଭିବୃଦ୍ଧି ଲାଗି କମ୍ପାନୀ ପକ୍ଷରୁ କରାଯାଇଥିବା ଚିନ୍ତାଧାରା ଅଧାରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ହଲାର୍ଡ ଗ୍ଲୋବାଲ୍ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଭାରତରେ ବାର୍କ ଏସିଆ ପକ୍ଷରୁ ଏଥି ଲାଗି ତ୍ରିସ୍ତରୀୟ ଗବେଷଣା କରାଯାଇ ବିଜେତାଙ୍କୁ ଚୟନ କରାଯାଇଛି । ଏହି ଅବସରରେ ହେଲାର୍ଡ ଗ୍ଲୋବାଲର ଏଡିଟର-ଇନ୍‌-ଚିଫ୍ ସାଇମିକ୍ ସେନ୍ କହିଲେ, ନ୍ୟୁ ହଲାଣ୍ଡ ଏଗ୍ରିକଲଚର ଶ୍ରେଷ୍ଠ ସମାଧାନ କରାଇବା ସହିତ ସସଷ୍ଟେନବୁଲ୍ ଏଗ୍ରିକଲଚର ପାଇଁ ପଥ ପ୍ରଶସ୍ତ କରିଛି । ବ୍ୟବସାୟ ବିକାଶ ସହିତ କମ୍ପାନୀ ଚାଷୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କ୍ଷେତ୍ରରେ ଆଗୁଆ ରହିଛି । ଏହି ଅବସରରେ ସିଏନ୍‌ଏଚ୍ ଇଣ୍ଡଷ୍ଟ୍ରିଆଲ୍‌ର ମୁଖ୍ୟ ମାର୍କେଟିଂ ଅଫିସର ତରୁଣ ଖାନ୍ନା କହିଲେ, ନ୍ୟୁ ହଲାଣ୍ଡ ଏଗ୍ରିକଲଚରକୁ ଏହି ସମ୍ମାନ ମିଳିଥିବାରୁ ଆମ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି । କମ୍ପାନୀର ପ୍ରତି କର୍ମଚାରୀଙ୍କ ନିରନ୍ତର କାର୍ଯ୍ୟ, ନିଷ୍ଠାପର ଭାବ ଏବଂ ଦାୟିତ୍ୱବୋଧ ଯୋଗୁ ଏହା ସମ୍ଭବପର ହୋଇପାରିଛି । ଫଳରେ ଚାଷୀଙ୍କୁ ଶ୍ରେଷ୍ଠ ସମାଧାନ ଉପଲବ୍ଧ କରାଯାଇ ପାରିଛି । ଏଥିପାଇଁ ବାର୍କ ଏସିଆ ଏବଂ ହେଲାର୍ଡ ଗ୍ଲୋବାଲକୁ ମୁଁ ଧନ୍ୟବାଦ ଜଣାଉଛି । ନ୍ୟୁ ହଲାଣ୍ଡ ଏଗ୍ରିକଲଚର ଶ୍ରେଷ୍ଠ ଜ୍ଞାନକୌଶଳଯୁକ୍ତ ଟ୍ରାକ୍ଟର ଉପଲବ୍ଧ କରାଯାଇଥାଏ । ଏହା ସହିତ ସମସ୍ତ ଚାଷ ଉପକରଣ ଚାଷ ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଉପଲବ୍ଧ କରାଇଥାଏ । ଏହା ଘାସ ଏବଂ ଚାରା ରୋପଣ ଉପକରଣ, ପ୍ଲାଂଟର, ବାଲେର, ସ୍ପ୍ରେୟର, ଟିଲର ଉପକରଣ ଆଦି ପ୍ରସ୍ତୁତ କରିଥାଏ । କମ୍ପାନୀର ଟ୍ରାକ୍ଟର ରେଞ୍ଜ ଉନ୍ନତ ଜ୍ଞାନକୌଶଳ ଆଧାରରେ ନିର୍ମିତ । ଏଗୁଡ଼ିକ ବିଶେଷ ଶକ୍ତିଶାଳୀ ଏବଂ ଏହାର ଇଞ୍ଜିନ୍ ଇନ୍ଧନ ସଂଚୟକାରୀ । କମ୍ପାନୀ ଇତିମଧ୍ୟରେ ଭାରତରେ ୫ ଲକ୍ଷ ଟ୍ରାକ୍ଟର ବିକ୍ରି କରିଥିବାବେଳେ ଦେଶରେ ଏହାର ୧୦୦୦ରୁ ଅଧିକ କଷ୍ଟମର ଟଚ୍ ପଏଂଟ୍ ରହିଛି । ସୂଚନାଯୋଗ୍ୟ, ନ୍ୟୁ ହଲାଣ୍ଡ୍ ଭାରତୀୟକୃଷି ଗବେଷଣା ସଂସ୍ଥା(ଆଇଏଆର୍‌ଆଇ) ସହିତ ମିଳିତ ହୋଇ ଦେଶରେ ଚାଷର ବିକାଶ ପାଇଁ କାର୍ଯ୍ୟଧାରା ଜାରି ରଖିଛି । ପଞ୍ଜାବ ଏବଂ ହରିୟାଣାରେ ପରିବେଶ ଉପଯୋଗୀ ଢ଼ଙ୍ଗରେ ଚାଷ କରିବାକୁ ପ୍ରାଥମିକତା ଦିଆଯାଉଛି । ଏଠାରେ ଫସଳ ଅମଳ ପରେ ଅବଶିଷ୍ଟ ଅଂଶକୁୁ ବିକଳ୍ପ ଶକ୍ତି, ପଶୁ ଖାଦ୍ୟ, ଜୈବିକ ସାର ପ୍ରସ୍ତୁତିରେ ବିନିଯୋଗ କରାଯାଉଛି । ଫଳରେ ବାର୍ଷିକ ୧.୫ ନିୟୁତ ଟନ ଫସଲ ଅଂଶ ବିଶେଷ ଜଳା ନ ଯାଇ ଏହାର ଉପଯୁକ୍ତ ବ୍ୟବହାର କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ