ଅସହ୍ୟ ଗରମ ସତ୍ତ୍ୱେ ଆର.ବି.ଏସ.କେ ଡାକ୍ତରଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ
କୋଦଳା,(ଗୁଲସନ କୁମାର):କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର.ବି.ଏସ୍.କେ ଡାକ୍ତରଙ୍କ ଦ୍ଵାରା ଅସହ୍ୟ ଗରମ ସତ୍ତ୍ୱେ କରୋନା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।ଏହି କାର୍ଯ୍ୟକ୍ରମରେ ଡାକ୍ତର ମାନେ କୋଦଳା ଅନ୍ତର୍ଗତ ବହୁ ଦୁର୍ଗମ ଅଞ୍ଚଳ ଯଥା କିରାଖାଇ,ଜାପଟ,ବେରୁଆଁବାଡ଼ି,ଜାଗିଲିପଦର,କାଲିମେଘି,ସୋରଡାପଲ୍ଲୀ ଓ କୁମାରିପାରି ଆଦି ଗ୍ରାମ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଏହି ସଚେତନତା କାର୍ଯ୍ୟ କରିବା ସହ କୋଦଳା ଅଞ୍ଚଳର ବିଭିନ୍ନ ଗ୍ରାମର କରୋନାର ସନ୍ଦେହଜନକ ଲକ୍ଷଣ ଦେଖାଯାଉଥିବା ୨୧ ଜଣଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଜରିଆରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଛି। ଏହି କାର୍ଯ୍ୟକ୍ରମକୁ ଆରବିଏସକେ ଡ଼ଃ ଜୟଦେବ ନାୟକ,ମୈତ୍ରୀ ସଂଘମିତ୍ରା ଓ ଅନନ୍ତ ନାରାୟଣ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ପଞ୍ଚାୟତର ପ୍ରମୁଖ ପଦାଧିକାରୀ ସହଯୋଗ କରିଥିଲେ।


