ପାନୀୟ ଜଳ ଦାବି କରି କ୍ରେଚ୍ ହଟିଂ ବାସୀଙ୍କ ରାସ୍ତା ଅବରୋଧ
ଯୋଡା (ସମୀର କୁମାର ଦାସ) : ଜୁରୁଡିସ୍ଥିତ କ୍ରେଚ ହଟିଂ ଅଂଚଳବାସୀ ବିଦ୍ୟୁତ କାଟ୍ ଯୋଗୁ ପାନୀୟ ଜଳ ପାଇବାରୁ ବଂଚିତ ହେବାରୁ ରାସ୍ତା ବରୋଧ କରିଥିଲେ । ସୋମବାର ଅପରାହ୍ନ ପ୍ରାୟ ୨ ଘଟିକା ସମୟରେ ରାଜ୍ୟରାଜପଥ ନଂ ୨ ଜୁରୁଡି- ବାଂଶପାଣି ରାସ୍ତାର କ୍ରେଚ ହଟିଂଠାରେ ଶତାଧିକ ମହିଳା ପୁରୁଷ ପାନୀୟ ଜଳ ଉପକରଣ ଡେକିଚ, ମାଡିଆ, ହାଣ୍ଡି ପ୍ରଭୃତି ରାସ୍ତ୍ା ଉପରେ ରଖି ରାସ୍ତାକୁ ଅବରୋଧ କରିଥିଲେ । ହଟିଂବାସୀ ଲଂବୋଦର ମୁଣ୍ଡା, ରଂଜିତ ମୁଣ୍ଡା, ମଙ୍ଗଲ ମୁଣ୍ଡା, ସୁନିଲ ବାହାଦୁର ତାଙ୍କ ଅଭିଯୋଗଗରେ କହିଥିଲେ ଯେ, ସେମାନେ ନିକଟସ୍ଥ ଏସେଲ ଖଣିରେ କାର୍ଯ୍ୟ କରୁଥିଲେ । କମ୍ପାନୀ ପକ୍ଷରୁ ଉକ୍ତ ହଟିଂରେ ଏକ ଡିପ୍ ବୋର େଓଲ ନିର୍ମାଣ କରାଯାଇ ବିଦ୍ୟୁତ ଚାଳିତ ପମ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯାଉଥିଲା । ମାତ୍ର ଗତ ୨ ତାରିଖଠାରୁ ଉକ୍ତ ହଟିଂକୁ କମ୍ପାନୀ ପକ୍ଷରୁ ବିଦ୍ୟୁତ ବିଛିନ୍ନ କରାଯିବାରୁ ଡିପ୍ ବୋର େଓଲଟି ଅଚଳ ହୋଇପଡିଛି । ଯାହା ଫଳରେ ସ୍ଥାନୀୟ ଲୋକେ ପାନୀୟ ଜଳ ପାଇଁ ହାହାକାର ହେଉଥିବା ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗରେ କହିଛନ୍ତି ଯେ , ଦୀର୍ଘଦିନ ହେବ ପାନୀୟ ଜଳ ସମସ୍ୟାର ସମୁଖୀନ ହେଉଛନ୍ତି । ଉକ୍ତ ଗ୍ରାମରେ ପାନୀୟ ଜଳର ସେପରି କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ଏଣୁ ସ୍ଥାନୀୟ ମହିଳାମାନେ ଦୀର୍ଘ ଦେଢ କିଲୋମିଟର ଦୂର ଚାଲି ଚାଲି ଯାଇ ସେଠାରୁ ପାଣି ସଂଗ୍ରହ କରୁଥିବା କହିଛନ୍ତି । ଗ୍ରାମରେ ପ୍ରାୟ ୬ଶହରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ସେଠାରେ ଥିବା ଡିପ୍ ବୋର େଓଲରେ ବେଳେ ବେଳେ ଜଳ ସଂକଟ ଦେଖାଯିବାରୁ କମ୍ପାନୀ ପକ୍ଷରୁ ଟ୍ୟାଙ୍କର ମାଧ୍ୟମରେ ଏଠାକୁ ପାନୀୟଜଳ ଯୋଗାଣ କରାଯାଉଥିଲା । ମାତ୍ର ତାହା ମଧ୍ୟ ବନ୍ଦ କରିଦିଆଯିବାରୁ ଅଂଚଳବାସୀ ଜଳକ୍ଳୀଷ୍ଟର ସମ୍ମୁଖୀନ ହୋଇଥିଲେ । ଫଳରେ ସେମାନେ ବାଧ୍ୟ ହୋଇ ଏହି ରାସ୍ତା ଅବରୋଧ କରିଥିବା ଅଂଚଳବାସୀ କହିଛନ୍ତି । ରାସ୍ତା ଅବରୋଧ ପରେ ଘଟଣାସ୍ଥଳକୁ ପୋଲିସ ଆସିଲେ ଅଂଚଳବାସୀ ଏକ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଦେବେ ବୋଲି କହିଥିଲେ । ରାସ୍ତା ଅବରୋଧ ହେବାରୁ ରାସ୍ତାରେ ଶହ ଶହ ଖଣିଜ ବୋଝେଇ ଡମ୍ପର ଓ ଟ୍ରକ ଛିଡା ହୋଇଥିଲେ ।