ବୈଜୟନ୍ତଙ୍କୁ ବିରୋଧ କରାଯିବ

ଭୁବନେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ଦୀର୍ଘ ୨୦ବର୍ଷ ଧରି ସାଂସଦ ରହି ଆସିଥିବା ବୈଜୟନ୍ତ ପଣ୍ଡା ସଂସଦର ଉଭୟ ଗୃହରେ ଓଡ଼ିଶାର ଦଳିତ, ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ଜନସଂଖ୍ୟାର ୮୫ଭାଗ ଲୋକଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ସ୍ୱର ଉଠାଇ ନାହାଁନ୍ତି କିମ୍ବା ରାଜରାସ୍ତାରେ ଆନ୍ଦୋଳନ କରିନାହାଁନ୍ତି । ବିଶେଷଭାବରେ କେନ୍ଦ୍ରାପଡ଼ା ଲୋକସଭାରୁ ଦୁଇଥର ସାଂସଦ ଭାବରେ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜନସଂଖ୍ୟାର ସିଂହଭାଗ ଦଳିତ, ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ପାଇଁ ସ୍ୱର ଉଠାଇ ନାହାଁନ୍ତି । ବିଶେଷଭାବରେ ଏହି ଅଞ୍ଚଳର କୃଷକ, କୃଷି ଶ୍ରମିକ ଓ ବେକାର ଯୁବ ସମାଜ ପାଇଁ କିଛି ବ୍ୟବସ୍ଥା କରିନାହାଁନ୍ତି ବା କରାଇବା ପାଇଁ ଚେଷ୍ଟା ମଧ୍ୟ କରିନାହାଁନ୍ତି । ସବୁଠୁ ବଡ଼କଥା ହେଲା ନବୀନ ବାବୁଙ୍କ ଦୟାରେ ଦୁଇଥର ରାଜ୍ୟସଭା ଓ ଦୁଇଥର ବିଜେଡ଼ିଗଡ଼ କେନ୍ଦ୍ରାପଡ଼ାରୁ ଲୋକସଭାର ସାଂସଦ ହୋଇ ନିଜର ଓ ନିଜ ପରିବାରର ବେପାରୀ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି ଯଥା : ଖଣି ଖାଦାନ ଲୁଟ୍, ୨୨୦୦ କୋଟି ଋଣ ଛାଡ଼, ଲକ୍ଷ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଫାଙ୍କିବା, ବିଦେଶୀ ଅର୍ଥ ବିନିମୟ ଆଇନ୍କୁ ଚକ୍ମା ଦେବା, ଚିଟ୍ଫଣ୍ଡ କମ୍ପାନୀର ପ୍ର·ର କରି ବିଜ୍ଞାପନ ନେବା, ବହୁ ଚର୍ଚ୍ଚିତ ଭଣ୍ଡ ସାରଥୀ ବାବାର ପ୍ରବଚନକୁ ନିଜ ଚ୍ୟାନେଲ ମାଧ୍ୟମରେ ପ୍ର·ର କରିବା, ବିଜେଡ଼ି ସରକାରଙ୍କ ଅନୁକମ୍ପାରୁ ‘ଓ’ ଟିଭି ଚ୍ୟାନେଲ୍କୁ ପ୍ରତିଷ୍ଠିତ କରାଇବା ଏବଂ ଓଡ଼ିଶାକୁ ତତ୍ସଲ୍ୟ କରିଥିବା ଅଭିଜିତ୍ ଆୟାରଙ୍କୁ ହେଲିକପ୍ଟର ଯୋଗାଇ ଦେବା ଆଦି ଅନେକ ଅନେକ ଉଦାହରଣ । ବିଶେଷ ଭାବରେ ଯେଉଁ ପତରରେ ଖାଇଥିଲେ, ସେହି ପତରେ ଝାଡ଼ା ଯାଇ କେନ୍ଦ୍ରାପଡ଼ା ସମେତ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ପରିଶେଷରେ ସମ୍ବିଧାନ ବିରୋଧୀ ବ୍ରାହ୍ମଣ୍ୟବାଦୀ, ଗାନ୍ଧି ହତ୍ୟାକାରୀ, ସାମ୍ପ୍ରଦାୟିକ ଶକ୍ତି ଓ ଓଡ଼ିଶା ପ୍ରତି କ୍ରମାଗତ ଭାବରେ ଅବହେଳା କରି ଆସିଥିବା ଦଳିତ, ପଛୁଆବର୍ଗ, ଆଦିବାସୀ ଓ ସଂଖ୍ୟାଲଘୁ ବିରୋଧୀ ବିଜେପି ଦଳରେ ଯୋଗଦେଇ ତାଙ୍କର ଅସଲି ଉଦ୍ଦେଶ୍ୟ ଓ ଅସଲ ଚେହେରାର ପରିଚୟ ଦେଇଛନ୍ତି । କର୍ପୋରେଟ ହାଉସ୍ ପାରିବାର ମାନସିକତାକୁ ପ୍ରମାଣିତ କରିଛନ୍ତି ଯେ, ସେ ରାଜନୀତିରେ ରହି ନିଜର ପୁଞ୍ଜିବାଦ ସ୍ୱାର୍ଥକୁ ସାକାର କରିବାକୁ ପ୍ରୟାସ କରିଛନ୍ତି । ଆମ ସଂଗଠନ ତାଙ୍କୁ ଆଗାମୀ ନିର୍ବାଚନରେ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଆଜି ଏହି ସମ୍ବାଦିକ ସମ୍ମିଳନୀରେ ସାମାଜିକ ନ୍ୟାୟ ଆନ୍ଦୋଳାନ, ଓଡ଼ିଶାର ସଭାପତି ଅଶୋକ କୁମାର ଦାସ ଓ ରାଷ୍ଟ୍ରୀୟ ଦଳିତ ମହାସଂଘ, ଓଡ଼ିଶାର ସଭାପତି ଅଶୋକ କୁମାର ମଲ୍ଲିକ, ଉପସଭାପତି ଦେବରାଜ ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ