ଶ୍ରୀ ମନ୍ଦିରରେ ଋକ୍ମିଣୀ ବିବାହ ଉସ୍ରବ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ନିର୍ମଳା ଏକାଦଶୀ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀ ମଦନମୋହନ ଶ୍ରୀକୃଷ୍ଣଙ୍କ ସହ ଶ୍ରୀଦେବୀ ମାତା ଋକ୍ମିଣୀଙ୍କ ପାରମ୍ପରିକ ବିବାହତ୍ସୋବ ମହାଆଡ଼ମ୍ବର ସହକାରେ ସମ୍ପର୍ଣ୍ଣ ହୋଇଯାଇଛି । ସଂନ୍ଧ୍ୟା ଆଳତି ପରେ ଋକ୍ମିଣୀ ଦେବୀ, ମା’ ବିମଳାଙ୍କ ମନ୍ଦିରକୁ ଦର୍ଶନ ପାଇଁ ବିଜେ ହୋଇଥିଲେ । ସେଠାରୁ ସେ, ଶ୍ରୀଜଗନ୍ନାଥଙ୍କ ନିକଟକୁ ଏକ ପତ୍ର ଲେଖି ଜଣେ ବ୍ରାହ୍ମଣ ଭକ୍ତଙ୍କ ଦ୍ୱାରା ପଠାଇଥିଲେ । ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର ପଣ୍ଡା ପତ୍ର ପାଠ କରିଥିଲେ । ଋକ୍ମିଣୀଙ୍କ ଇଚ୍ଛା ବିରୋଧରେ ତାଙ୍କର ପିତା ଓ ଭ୍ରାତା ଶିଶୁପାଳ ସହ ତାଙ୍କର ବିବାହ କରାଉଥିବାରୁ ବିମଳା ମନ୍ଦିରରେ ଲୁଚି ରହିଛନ୍ତି । ପ୍ରାଣ ପ୍ରିୟା ଶ୍ରୀକୃଷ୍ଣଙ୍କୁ ପୂର୍ବରୁ ପତି ରୂପେ ବରାଣ କରିସାରିଥିବାରୁ ପ୍ରଭୁ ଆସି ତାଙ୍କୁ ବରଣ କରି ନିଜ ପାଖକୁ ନେଇ ବିବାହ ହୁଅନ୍ତୁ, ନହେଲେ ସେ ଜୀବନ ହାରି ଦେବେ । ସଙ୍ଗେ ସଙ୍ଗେ ଶ୍ରୀ ମଦନମୋହନଙ୍କୁ ଏକ ପଟୁଆରରେ ଭକ୍ତ ମାନେ ବିମାନରେ ନେଇ ଆସିଥିଲେ । ପରେ ଜଗମୋହନ ଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଅନୁସାରେ ବୈଦିକ ରୀତିରେ ଆୟୋଜିତ ମଣ୍ଡପରେ ଠାକୁର ଠାକୁରାଣୀଙ୍କ ବିବାହ ଉସ୍ରବ ଅନୁଷ୍ଠିତ ହୋଇଥିଲା । ସମବେତ ଭକ୍ତ ମାନେ ବରପକ୍ଷ ଓ କନ୍ୟାପକ୍ଷ ଭାବେ ଦୁଇ ଦଳରେ ବିଭକ୍ତ ହୋଇ ଉତ୍ସବରେ ଅଂଶଗ୍ରହଣ କରିଥିଲେ । କର୍ତା କର୍ତୀ ରୂପେ ଭକ୍ତ ସୁରେଶ ସାହୁ ଓ ଉପେନ୍ଦ୍ର ପାତ୍ର ନିଜ ଧର୍ମପତ୍ନି ମାନଙ୍କ ସହ ଉପବେଶନ କରିଥିଲେ । ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ରଂଜିତ ଦାଶ ଶର୍ମା ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ । ଉକ୍ତ ବିବାହତ୍ସୋବ ଦର୍ଶନ ସକାଶେ ମନ୍ଦିର ପରିସରରେ ବହୁ ମହିଳା ଓ ପୁରୁଷ ଭକ୍ତଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ