ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀ ବଳଦେବଜୀଉ ଗୋରକ୍ଷଣୀରେ ଗୋଖାଦ୍ୟ ବଂଟନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶନିବାର ଡେରାବିଶି ବ୍ଲକ ଅନ୍ତର୍ଗତ ନିଳିକଣାସ୍ଥିତ ଶ୍ରୀ ବଳଦେବଜୀଉ ଗୋରକ୍ଷଣୀରେ ଗୋରୁଗାଈଙ୍କ ନିମନ୍ତେ ଗୋଖାଦ୍ୟ କୁଣ୍ଡା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଗୋରକ୍ଷଣୀର ଦାୟୀତ୍ୱରେ ଥିବା ବ୍ୟକ୍ତିଙ୍କୁ ଗୋଖାଦ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭ୍ୟ ଚିତ୍ତରଞ୍ଜନ ଦାସ, ସୁଶିଲ ସାମଲ, ସମାଜସେବୀ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ଗରୀବ ଦିନମଜୁରିଆମାନଙ୍କୁ ପ୍ରତ୍ୟେକ ଦିନ ଶୁଖିଲା ଖାଦ୍ୟ ବଂଟନ କରି ଆସୁଥିବା ବେଳେ ଆଜି କଥାକହିପାରୁନଥିବା ପଶୁଙ୍କ ନିମନ୍ତେ ଗୋଖାଦ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ କରୋନା ଜନିତ ଲକଡାଉନ ବଳବତ୍ତର ଥିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ