ଇଂ ସିଦ୍ଧାର୍ଥସ୍ୱରୂପଙ୍କ ଜନ୍ମଦିନରେ ଭିନ୍ନକ୍ଷମଛାତ୍ରଙ୍କୁ ମିଷ୍ଟାନ୍ନ ବଣ୍ଟନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପ୍ରଦେଶ କଂଗ୍ରେସ କମିଟି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥସ୍ୱରୂପ ଦାଶଙ୍କ ଜନ୍ମଦିନ ଉପଲକ୍ଷେ କେନ୍ଦ୍ରାପଡା ସହରର କଜଳାସ୍ଥିତ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନ ଓ ଦଧିବାବନଜୀଉ ମୁକ ବଧିର ବିଦ୍ୟାଳୟର ଅନ୍ତେବାସୀ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଛି। ଏଥିସହିତ କଜଳା ମୁଣ୍ଡାବସ୍ତିରେ ମଧ୍ୟ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। ପିସିସି ପଛୁଆବର୍ଗ ସେଲର ସାଧାରଣ ସମ୍ପାଦକ ବେଣୁଧର ସାହୁ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଭାଗିରଥି ଜେନା, କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ଦିଲ୍ଲିପ କୁମାର ପ୍ରଧାନ ଓ ପ୍ରଭାତ ରାଉତ ପ୍ରମୁଖ ଏହି କାର୍ଯ୍ୟ କରିବା ସହ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ଇଂ ଦାସଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।


