କୁମାର ଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପରିସରରେ ଡଃ. ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ କୁମାର ଚନ୍ଦ୍ର ମିଶ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ବିୟୋଗରେ ବିକାଶ ସାମ୍ମୁଖ୍ୟ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ସ୍ୱର୍ଗତ ମିଶ୍ରଙ୍କ ସମବାୟ, ଜଣେ ସଫଳ ଚାଷୀ ଏବଂ କେନ୍ଦ୍ରାପଡା ଜିଲ୍ଲା ବିଭିନ୍ନ ସଂଗଠନ ସହିତ ତାଙ୍କର ସଂପୃକ୍ତି ସଂପର୍କରେ ଆଲୋକପାତ କରିଥିଲେ । ୯୭ ବର୍ଷ ବୟସରେ ମଧ୍ୟ ସେ କେନ୍ଦ୍ରାପଡା ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ବିକାଶ ପାଇଁ ସର୍ବଦା ବ୍ୟଗ୍ରତା ପ୍ରକାଶ କରୁଥିଲେ । ତାଙ୍କର ସ୍ମୃତିରେ ଅରୁଣ କୁମାର ମହାନ୍ତି, କୃତିବାସ ସ୍ୱାଇଁ, କରୁଣାକର ଦାସ, ଭାଗିରଥୀ ଜେନା, ଅଜିତ୍ କୁମାର ରାଉତ, ସୁରେଶ ଚନ୍ଦ୍ର ପଟ୍ଟନାୟକ, ନୃସିଂହ ଚନ୍ଦ୍ର ଜେନା ଓ ଅମୀୟ କୁମାର ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ଅମର ଆମô୍ାର ସଦ୍ଗତି କାମନା କରିଥିଲେ । ତାଙ୍କ ଶୋକସନ୍ତପ୍ତ ପରିବାରକୁ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ