ଯାଜପୁରର ଆଉ ୨ଟି ପଞ୍ଚାୟତ କଣ୍ଟେନମେଣ୍ଟ
ଯାଜପୁର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ବିଶେଷ କରି ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ କୋଲକାତା ଫେରନ୍ତାଙ୍କ ପାଇଁ ପଜିଟିଭ ସଂଖ୍ୟା ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ । ଏହାରି ଭିତରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୨ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଟିକଟା ଓ ମଲ୍ଲିକାପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଜି ସକାଳ ୮ଟାରୁ ୧୦ ତାରିଖ ସକାଳ ଯାଏ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଟିକଟା ପଞ୍ଚାୟତର କଟିକଟା ଓ ବିହିପୁର ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମଲ୍ଲିକାପୁର ପଞ୍ଚାୟତର ମହାନ୍ତିପାଟଣା ଓ ମଲ୍ଲକାପୁର ଗାଁର କିଛି ଅଂଶ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ପୂର୍ବରୁ ବିରଜାପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆସନ୍ତା ୧୦ ଯାଏଁ ବିରଜାପୁର କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ ।


