ମଇ ଦିବସ : ସେଦିନ-ଆଜି-କେତେତଫାତ୍
ମାୟାଧର ନାୟକ
୧୯୮୬ ମସିହା ମଇ ପହିଲା ପୂର୍ବ ବର୍ତୀ ଦିବସଗୁଡିକ ଥିଲା – ଅନ୍ଧକାରର ଯୁଗ । ସାମ୍ରାଜ୍ୟବାଦୀ, ପୁଞ୍ଜିବାଦୀ, ସାମନ୍ତବାଦୀ, ଦାସ ମାଲିକମାନଙ୍କର ଚରାଭୂଇଁ ଥିଲା ସମଗ୍ର ବିଶ୍ୱ । ଶ୍ରମଜୀବିଶ୍ରେଣୀ ଥିଲା – କ୍ରୀତଦାସ । ପଶୁଠାରୁ ଆହୁରିହୀନ ଜୀବନଯାପନ କରୁଥିଲେ ଶ୍ରମିକମାନେ । ଜଣେ ଜଣେ ମାଲିକ ହଜାର ହଜାର ଶ୍ରମିକଙ୍କୁ ରାତିଦିନ ପଶୁ ଭଳିଖଟାଉଥିଲେ । ପ୍ରତିରୋଧ ଦୂରେ ଥାଉ, ପ୍ରତିବାଦର କ୍ଷୀଣଶଦ୍ଦଟାଏ ମଧ୍ୟ ଶ୍ରମିକ କଣ୍ଠରୁଶୁଭୁ ନଥିଲା । ଶ୍ରମିକମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ, କଷଣ, ବ୍ୟଭିଚାର ଚରମସୀମା ଲଘଂନ କରିସାରିଥିଲା । ମୁଖମଣ୍ଡଳରେ ସାମାନ୍ୟ ଅସନ୍ତୋଷର ପୁରସ୍କାର ଥିଲା – ଜଘନ୍ୟମୃତ୍ୟୁ । ଶ୍ରମିକ ମାନଙ୍କ ମଧ୍ୟରେ ଅଶାନ୍ତି ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହେଉଥାଏ, କିନ୍ତୁ ବିଷ୍ଫୋରଣହେବାକୁ ଅହରହ ରାସ୍ତା ଖୋଜୁଥାଏ । ସଚେତନ ସଂଗଠିତଶକ୍ତି – ଗୋଷ୍ଠୀ – ଦଳ ଅଭାବରୁ ସବୁ ଫସର ଫାଟିଯାଉଥିଲା । ଇଂଲଣ୍ଡର ଶ୍ରମିକ ଆନ୍ଦୋଳନ ପରେ ପରେ ଆମେରିକାର ଶ୍ରମିକ ଶ୍ରେଣୀ ଅତ୍ୟନ୍ତ ମାନବିକ, ଗଣତାନ୍ତ୍ରିକ ଓ ନିମ୍ନତମ ଦାବୀ ଦିନକୁ ଆଠଘଂଟା ଶ୍ରମ ଦାବୀରେ ମାଲିକ ଶ୍ରେଣୀବିରୁଦ୍ଧରେ ଏକ ଅଦ୍ଭୁତପୂର୍ବ ଧର୍ମଘଟ କରିଥିଲେ । ଶ୍ରମିକମାନଙ୍କ ବିକ୍ଷୋଭ ଶୋଭାଯାତ୍ରା ଉପରେ ମାଲିକ ଓ ପୋଲିସ୍ ବାହିନୀର ବର୍ବର ଓ ଅମାନୁଷିକ ଆକ୍ରମଣ ଫଳରେ ବହୁଶ୍ରମିକ ମୃତ୍ୟୁ ବରଣକଲେ । ଧର୍ମଘଟକାରୀ ଶ୍ରମିକମାନଙ୍କ ମୃତ୍ୟୁରେ ଚିକାଗୋସହର ରକ୍ତ ରଞ୍ଜିତ ହୋଇଗଲା । ଶ୍ରମିକ ମାନଙ୍କର ରକ୍ତ କ୍ଷୟୀ ସଂଗ୍ରାମ ଓ ପରିଶେଷରେ ବିଜୟ ଏବଂ ଆଠଘଂଟିଆ ଶ୍ରମଦିବସ ଘୋଷଣା ସାରା ବିଶ୍ୱର ଶ୍ରମିକ ଶ୍ରେଣୀ ନିକଟରେ ଏକ ମହତ୍ୱପୂର୍ଣ୍ଣ ଘଟଣା । ସେଇଦିନ ଠାରୁ ଆଜିପର୍ଯ୍ୟନ୍ତ ୧୨୪ ବର୍ଷମଧ୍ୟରେ ପୃଥିବୀର କେତେ ନଦୀରେ କେତେ ଜଳ ବହିଗଲାଣି, ଦେଶେ ଦେଶେ କେତେ ଯେ ମୌସୁମୀ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେ ଯେ ତ୍ୟାଗ କୃତ ଲଢେଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି ତାହାର ପଟ୍ଟାନ୍ତର ନାହିଁ । ଆଜି ମଧ୍ୟ ପୁଞ୍ଜିପତିଶ୍ରେଣୀ ଓ ଶାସନର ଜଜ୍ଞ ବେଦୀରେ ଲକ୍ଷ ଲକ୍ଷ ଶ୍ରମିକ, କୃଷକ, ଖଟିଖିଆ ମଣିଷ ବଳି ପଡୁଛନ୍ତି । ସାରା ବିଶ୍ୱରେ ରକ୍ତ ରଞ୍ଜିତ ‘ମଇ ପହିଲା’ କୋଟି କୋଟି ନିପିଡିତ ନିଷ୍ପେସିତ ଜନଗଣଙ୍କୁ ଆଲୋକର ସନ୍ଧାନ ଦେଇଆସିଛି । ସେଦିନ ଓ ଆଜି ମଧ୍ୟରେ ଅନେକ ତଫାତ୍ । ପ୍ରଥମ ବିଶ୍ୱଯୁଦ୍ଧ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମଗ୍ର ବିଶ୍ୱର ପରିସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତିକରୁଛି । ପ୍ରତିନିୟତ ପରିବର୍ତନଧାରା ପ୍ରବାହିତ ହେବାରେ ଲାଗିଛି । କାଲି ଯାହାସତ୍ୟ, ପ୍ରଗତିଶୀଳଏବଂସର୍ବାଧୁନିକ ଥିଲା – ଆଜିତାହା ପୁରୁଣା ହୋଇଯାଉଛି । ନୂଆ ନୂଆଘଟଣା ପ୍ରତ୍ୟେକ ମୂହୁର୍ତରେ ଘଟିଚାଲିଛି । ଅଭିନବ ଉଦ୍ଭାବନ ଅହରହ ସୃଷ୍ଟି ହେଉଛି । ବିଶ୍ୱର କୋଣେ ଅନୁକୋଣେ ଯେ କୌଣସି ସାଧାରଣ-ଅସାଧାରଣ ଘଟଣା – ଅଘଟଣା ଘଟି ଯାଉଛି, ଆଖିପିଛୁଳାକେ ସମୁଦ୍ରର ଢେଉଭଳି ଜନମାନସରେ ପ୍ରତିଧ୍ୱନୀତ ହେଉଛି । ବର୍ତମାନ ସଂକଟଗ୍ରସ୍ତ ବିଶ୍ୱ ପୁଞ୍ଜିବାଦ । ଅଦୃଶ୍ୟଶତ୍ରୁ କରୋନା ଭୂତାଣୁ ଦ୍ୱାରା ଚରମ ସଂକଟରେ ଜର୍ଜରିତ । ୧୯୩୦ ଓ ୨୦୦୮ ଭୟଙ୍କର ଅର୍ଥନୈତିକ ମାନ୍ଦା ବସ୍ଥା ଧିରେ ଧିରେ ସୁଧୁରିଲା ବେଳକୁ ୨୦୨୦ରେ ଚରମ ଅର୍ଥନୈତିକ ମାନ୍ଦାବସ୍ଥା ମାଡିଆସୁଛି । ଆଜି ତମାମ୍ବିଶ୍ୱ ଏକ ଏରକାଅରଣ୍ୟ ଏବଂ ବିଶ୍ୱବାସୀ ନବ୍ୟ ଯଦୁବଂଶରେ ପରିଣତ । ବିଶ୍ୱାସ ହୀନତାର ବିଶାକ୍ତ ବଳୟମଧ୍ୟରେ ଅଟକବନ୍ଦୀ ସମଗ୍ର ବିଶ୍ୱର ଆତ୍ମା । ତା’ ମନରେ ମରଣାତ୍ମକ ମହାଦେଶର ଚାପା କାନ୍ଦଣା, ପ୍ରାଣରେ ପ୍ରାଣରେ ହତାଶର ହାଃ ହାଃ କାର, ଆଗକୁ ଚାଲିବାର ପଣ ଓ ରଣହୁଂକାର ସବୁ ଆଜି ଆସନ୍ନ ପରାଜୟର ଆର୍ତନାଦ । ଚାରିପଟର ଚିତ୍ରରେ କଦର୍ମାକ୍ତ କଳଙ୍କର କାଳିମା । ଏ କଳଙ୍କ ଆଜି ବିଶ୍ୱବାସୀଙ୍କ ପକ୍ଷରେ ଏକ ଆତଙ୍କ…… ଚରିଯାଉଛି ଶିରା ପ୍ରଶିରାରେ, ସ୍ନାୟୁ ଓ ସତାରେ । ଦୁର୍ନିତୀ, ଜାଲିଆତି, ଭ୍ରଷ୍ଟାଚାର, ଘୋଟାଲା, କେଳେଙ୍କାରୀ, ଧୋକ୍କାବାଜି-ସ୍କାମକରୁଛନ୍ତି ଥୋକେ-ମରୁଛନ୍ତିଲୋକେ । ଏହି ଥୋକେହେଲେ ଆଜିର ତଥାକଥିତ ନବ୍ୟନିୟନ୍ତା, ନେତୃବର୍ଗ ଓ ତାଙ୍କରି ପୃଷ୍ଠପୋଷକତା କଳା କୁବେରଶ୍ରେଣୀ । ବିଶ୍ୱ ଶ୍ରମିକ ଶ୍ରେଣୀ ୧୨୪ ବର୍ଷ ଧରି ଆର୍ନ୍ତଜାତିକ ଶ୍ରମିକ ଦିବସଭାବେ ‘ମଇ ପହିଲା’ ପାଳନ କରିଆସୁଛି । ଏ ବର୍ଷ ଶ୍ରମିକ ଦିବସ ପାଳନ କରିବାରେ ଘୋରବାଧା ସୃଷ୍ଟିହେବାକୁ ଯାଉଛି । ଯାହା ଜଣାପଡୁଛି – ସରକାର ଓ ମାଲିକଶ୍ରେଣୀ ଦିନକୁ ଆଠଘଂଟା ଶ୍ରମଦିବସ ପରିବର୍ତେ ବାରଘଂଟା କରିବାକୁ ଯାଉଛନ୍ତି । ଏହା ଆଗାମୀଦିନ ପାଇଁ ଭୟଙ୍କର ଗୃହଯୁଦ୍ଧର ସମ୍ଭାବନା ଦେଖାଦେଉଛି । ହେମୋର ପ୍ରିୟ ଶ୍ରମିକ ଭାଇ ଭଉଣୀ ଏ, ଆଉ ମୁଣ୍ଡରେ ହାତଦେଇ ବସିବାର ବେଳ ନୁହେଁ – ଅଧିକାର ଛିଣ୍ଡେଇ ଆଣିବାର ସମୟ ଆସିଯାଇଛି – କଷ୍ଟ କିମ୍ବା ମୃତ୍ୟୁକୁ ଭୟକରନାହିଁ – ସଚ୍ଚାନେତୃତ୍ୱ ଓ ସଠିକ୍ମାର୍ଗରେ ପ୍ରାଣମୁର୍ଚ୍ଛା ଲଢେଇକର । ଜୟ ସୁନିଶ୍ଚିତ୍ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩