୨୦ ବର୍ଷର ବଦଲା ଅପେକ୍ଷା ରେ ଇଂଲଣ୍ଡ

ଆଜି ବିଶ୍ୱକପରେ ଇଂଲଣ୍ଡ କୁ ଭେଟୁଛି ଶ୍ରୀଲଙ୍କା । ଭାରତୀୟ ସମୟ ୩ଟାରେ ଆରମ୍ଭ ହୋଇସାରିଛି ଏହି ମ୍ୟାଚ । ଲଟସ ରେ ଖେଳାଯାଉଥିବା ଏହି ମ୍ୟାଚ କୁ ଜିତି ସେମିଫାଇନାଲ ରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ ଇଂଲଣ୍ଡ । ରେକର୍ଡ ଉପରେ ନଜର ପକାଇଲେ ଆଜି ପର୍ଯ୍ୟନ୍ତ ଶ୍ରୀଲଙ୍କା କୁ କୈଣସି ଗୋଟିଏ ବି ମ୍ୟାଚରେ ବିଶ୍ୱକପରେ ହରାଇ ପାରିନି ଇଂଲଣ୍ଡ । ଶେଷ ଥର ପାଇଁ ମେ ୧୪ ୧୯୯୯ ରେ ଲଟସ ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ଜିତିଥିଲା । ଚଳିତ ବିଶ୍ୱକପରେ ବଦଲା ନେବାପାଇଁ ଚାହିଁବ ଇଂଲଣ୍ଡ । ବିଶ୍ୱକପରେ ଇଂଲଣ୍ଡ ୫ ଟି ମ୍ୟାଚ ଖେଳି ୮ ପଏଣ୍ଟ ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନ ରେ ରହିଛି । ଅନ୍ୟପଟେ ଶ୍ରୀଲଙ୍କା ୫ ଟି ମ୍ୟାଚରୁ ୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ