ଗଞ୍ଜାମ ଜିଲ୍ଲାପାଳଙ୍କ ହିଞ୍ଜିଳି ଗ୍ରସ୍ତ ଫେରନ୍ତା ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା ସମୀକ୍ଷା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):କରୋନା ଭୁତାଣୁ ସଂକ୍ରମଣ ମୁକାବିଲା କ୍ଷେତ୍ରରେ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ଓଡ଼ିଶା ପାଇଁ ବିପଦଜ୍ଜନକ ସାଜିପାରେ । ଆସନ୍ତା ମେ ୩ ତାରିଖ ପରେ ଯେଉଁ ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ଆସିବେ, ସେମାନେ ପ୍ରାୟତଃ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟରେ ରହି କାମ କରୁଥିଲେ । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ଗୋଟିଏ ପଟେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବା ସହ ଉକ୍ତ ସମୟରେ ଯେଭଳି ବିପଦ ଜନକ ପରିସ୍ଥିତି ପରିସ୍ଥିତି ସୃଷ୍ଟି ହେବ, ତାର ଅନୁରୂପ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ପୂର୍ବାହ୍ନରେ ହିଞ୍ଜିଳି ବ୍ଳକର ବୁରୁପୋଡ଼ା, ଚାନ୍ଦୁଲି, ମକରଝୋଳ, ଖରିଡ଼ା, ସମରଝୋଳ, ପୋଚିଲିମା, ପଲ୍ଲୀପଦ୍ମନାଭପୁର, ନନ୍ଦିକ, ରାଳବ, ପୁଟିଆପଦା, ବାଳକୃଷ୍ଣପୁର, ଭାବନ୍ଦ, ଶିଖରପୁର, ଦୁର୍ବନ୍ଧ, ଦାରୁଭଦ୍ରା ସମେତ ବ୍ଳକର ସମସ୍ତ ପଂଚାୟତ ଗ୍ରସ୍ତ କରି କ୍ୱାରାଟାଂଇନ କେନ୍ଦ୍ର ଗୁଡ଼ିକ ବୁଲି ଦେଖିବା ସହ ସଂପୃକ୍ତ ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ ମାନଙ୍କୁ ଆଗନ୍ତୁକଙ୍କ ତଥ୍ର ସହ ରହିବାର ସମସ୍ତ ବ୍ୟବସ୍ଥା ହୋଇଛି କି ନାହିଁ ବୁଲି ଦେଖିବା ସହ ସଂପୃକ୍ତ ପଂଚାୟତର ସରଂପଚ, ସମିତିସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ବ୍ଳକର ୨୧ଟି ପଂଚାୟତରେ ୫୬ଟି ଅସ୍ଥାୟୀ କ୍ୱାରାଟାଂଇନ ଗୃହରେ ୬୦୪ ଟି ପ୍ରକୋଷ୍ଠ ମଧ୍ୟରେ ପ୍ରାୟ ୭ ହଜାର ୨ଶହ ବାହାର ରାଜ୍ୟ ଫେରନ୍ତା ରହିବାରେ ବ୍ୟବସ୍ଥା କରାଯାଇଛି । ସୋମବାର ସୁଦ୍ଧା ୪୯୧୪ ଫେରନ୍ତା ପ୍ରବାସୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି । ଜିଲ୍ଲାପାଳ କୁଲାଙ୍ଗେଙ୍କ ଗ୍ରସ୍ତ ସମୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ଆରଡ଼ବ୍ଳ୍ୟୁଏସଏସ କନିଷ୍ଠ ଯନ୍ତ୍ରୀ ପ୍ରସନ ଦଳାଇ, ବିଇଓ ବସନ୍ତ କୁମାର ପଣ୍ଡା, ବହୁ ସରଂପଚ, ସମିତିସଭ୍ୟ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ