ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଜନସାଧାରଣଙ୍କ ବିଭିନ୍ନ ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ସାଧାରଣ ପ୍ରଶାସନ ଓ ପୁଲିସ ପ୍ରଶାସନ ଜରିଆରେ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଯୋଜନାର ଲାଭ ସାଧାରଣ ଲୋକଙ୍କ ନିକଟରେ ଯେପରି ପହଞ୍ଚିପାରିବ ସେ ଦିଗରେ ଦୃଷ୍ଟି ପ୍ରଦାନ କରିବା ପ୍ରମୁଖ ଲକ୍ଷ୍ୟ ରହିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ଲକ ପକ୍ଷରୁ ପଞ୍ଚାୟତ ଜନଶୁଣାଣୀ ଶିବିର ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଳକସ୍ତରରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଇଛି। ଏହି କ୍ରମରେ ସୋମବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ବିଡ଼ିଓ ସୁଶ୍ରୀ ସାଗରୀକା ଷଡ଼ଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠି, ପୌର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଜିଲ୍ଲାପାଳ ଭି. କିର୍ତ୍ତିଭାସନ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିସ୍ ବିସି, ମୁଖ୍ୟ ଉନ୍ନୟନ ଅଧିକାରୀ ସମିର କୁମାର ଜେନା, ଉପଜିଲ୍ଲାପାଳ ଶିବାଶିଷ ବରାଳ, ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ତହସିଲଦାର ତପନ କୁମାର ମହାପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା ପ୍ରମୁଖ ମଞ୍ଚାସିନ ଥିଲେ। ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ସମୁଦାୟ ୧୮୭ଟି ଅଭିଯୋଗ ମଧ୍ୟରୁ ୧୪୬ଟି ବ୍ୟକ୍ତିଗତ, ୪୧ ଟି ଗୋଷ୍ଠୀଗତ ଓ ୧୦ଟି ରେଡକ୍ରସ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୋଗ ମଧ୍ୟରେ ମୁଖ୍ୟତଃ ହିଞ୍ଜିଳିକାଟୁରେ ନର୍ସିଂ କଲେଜ ସ୍ଥାପନ, ହିଞ୍ଜିଳିକାଟୁ ବ୍ଲକ୍ ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି, ଦୀର୍ଘ ୧୫ ବର୍ଷ ପୂର୍ବେ ହିଞ୍ଜିଳିକାଟୁ ଠାରେ ଅବକାରୀ ବିଭାଗ କାର୍ଯ୍ୟାଳୟ ନିର୍ମିତ ହେଇଥିଲା। ହେଲେ ଅବକାରୀ କାର୍ଯ୍ୟାଳୟ ବର୍ତ୍ତମାନ ସୁଦ୍ଧା ଭଡ଼ାଘରେ ଚାଲିଛି। ନିର୍ମିତ ଅବକାରୀ କାର୍ଯ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅବକାରୀ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ନହୋଇପାରିବା ଯୋଗୁଁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ଅବକାରୀ ବିଭାଗ କାର୍ଯ୍ୟାଳୟ ନିର୍ମାଣ ସହ କାର୍ଯ୍ୟାଳୟ ନିଜସ୍ଵ କୋଠାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ ମିଟର ଦୂରତାରେ ଠିପିବନ୍ଦ ବିଦେଶୀ ମଦ ଦୋକାନ ରହିଥିବାରୁ ସଂପୃକ୍ତ ସ୍ଥାନରୁ ବିଦେଶୀ ମଦ ଦୋକାନ ଉଛେଦ ପାଇଁ ଅଭିଯୋଗ କରାଯାଇଥିଲା । ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପାଚେରୀ ଗତ ବର୍ଷ ଲଗାଣ ବର୍ଷାରେ ଭୁଷୁଡି ପଡିଥିବା ବେଳେ ତୁରନ୍ତ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଅଜିତ କୁମାର ପାତ୍ର,ମେଡିକାଲ ଅଧିକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସିମାଞ୍ଚଳ ବେହେରା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୋମନାଥ ତ୍ରିପାଠୀ, ଟିପିଏସଓଡିଏଲ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଚିକିତ୍ସକ ଡ଼ାକ୍ତର ଶୁଭାଶିଷ ମିଶ୍ର, କ୍ଷୁଦ୍ର ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିନ୍ଦୁସାଗର ପଣ୍ଡା, ଅବକାରୀ ନିରୀକ୍ଷକ ସରୋଜ କୁମାର ପରିଡା , ଜିଲ୍ଲା ଡିଡିଆରସି ନୋଡାଲ ଅଧିକାରୀ ଅଜିତ କୁମାର ରାଉଳ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇନ୍ଦ୍ରଜିତ ସିଂ, ଆଞ୍ଚଳିକ ପରିବହନ ଅଧିକାରୀ, ଛତ୍ରପୁର ଦେବାଶିଷ ସ୍ବାଇଁ,ଭାରପ୍ରାପ୍ତ ଆସିକା ଏସଡିପିଓ ଗିରିଜା ନନ୍ଦନ ପଟ୍ଟନାୟକ, ଏବିଡିଓ ଅରୁଣ କୁମାର ପ୍ରଧାନ, ଅରୁଣ ପଟ୍ଟନାୟକ, ପୁର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ଭଜରାମ ସାହୁ, ହିମାଂଶୁ ଦାଶ, ପ୍ରସନ୍ନ ଦଳାଇ, ସନ୍ତୋଷ ଦାଶ, ମାନସ ରଞ୍ଜନ ଦାଶ, ଗିରିଶ ନାୟକ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ, ବେଲଗାଁ ମେଡିକାଲ ଅଧିକାରୀ ଡାକ୍ତର ସସ୍ମିତା ବେହେରା, ବିଇଓ ଚାନ୍ଦିନୀ ପଣ୍ଡା, ଅବକାରୀ ଉପ ନିରୀକ୍ଷକ ସୁଶାନ୍ତ ବେହେରା, ସିପି ଦଣ୍ଡପାଣି ଦାଶ, ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ବି. ଗିତାଞ୍ଜଳିଙ୍କ ସମେତ ରାଜସ୍ବ, ବ୍ଳକ, ପୌର, ପୁଲିସ କର୍ମଚାରୀ ଓ ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ।


