ଆସ୍କା ବିଜେଡି ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ
ଭୁବନେଶ୍ୱର : ଆସ୍କାର ଲୋକସଭାର କ୍ଷେତ୍ରର ସାଂସଦ ତଥା ବିଜେଡି ନେତା ଲଡୁ କିଶୋର ସ୍ୱାଇଁ ଆଉ ନାହାନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ପରୋଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଲଡ଼ୁ କିଶୋର କିଡ୍ନି ରୋଗରେ ଆକ୍ରାନ୍ତ ଥିଲେ। ଗତକାଲି ଅସୁସ୍ଥ ହୋଇପଡ଼ିବାରୁ ରାତି ଗୋଟାଏରେ ତାଙ୍କୁ ଆପୋଲୋ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତିରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟେପର ପତ୍ନୀ ମଞ୍ଜୁଳା ସ୍ବାଇଁ, ପୁଅ ନଚିକେତା ଓ ଅଶ୍ବିନୀ ଉପସ୍ଥିତ ଥିଲେ। ଆସନ୍ତକାଲି ତାଙ୍କ ମର ଶରୀରକୁ କବିସୂର୍ୟ୍ୟ ନଗରର ପଥୁରା ଗଁ। କୁ ନିଆଯାଇ ସେଠାରେ ଶେଷକୃତ ସମ୍ପନ୍ନ କରାଯିବା । ବୁଧବାର ସେ ସଂସଦ ଅଧିବେଶନରେ ଯୋଗ ଦେଇଥାନ୍ତେ। ଏଥିପାଇଁ ବିମାନ ଟିକେଟ୍ ମଧ୍ୟ କଟା ସରିଥିଲା। ୧୯୪୭ ଜୁଲାଇ ୮ ତାରିଖରେ ଗଂଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଲଡ଼ୁ କିଶୋର ସ୍ବାଇଁ ୨୦୧୪ରେ ଆସ୍କା ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାପୂର୍ବରୁ ୨୦୦୪ରେ ସେ କବିସୂର୍ୟ୍ୟନଗର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି।