ଅଥ ଅଥର୍ବ ଅର୍ଥନୀତି

ମାୟାଧର ନାୟକ

ନିବନ୍ଧ ଲେଖିବା ପୂର୍ବରୁ ପଣ୍ଡିତ ବିଷ୍ଣୁ ଶର୍ମା ସଂସ୍କୃତରେ ଲେଖିଥିବା ଅଥ କୃଷ୍ଣସର୍ପ କଥା ମନେ ପକାଇଦେଉଛି । ଥରେ ଗୋଟିଏ ବେଙ୍ଗତା’ର ପରିବାର ଓ ସାଙ୍ଗସାଥୀ ମାନଙ୍କ ସହିତ କୂଅରେ ବାସ କରୁଥିଲା । ତା’ ପାଖ ସଂପର୍କୀୟ ମାନେ ତାକୁ ବହୁତ କଟୁ ବାକ୍ୟ ପ୍ରୟୋଗ କରୁଥିଲେ । ବେଙ୍ଗଟି ହତାଶ ମଧ୍ୟଦେଇ ଗତି କରୁଥିଲା । ଦିନେ ଚିନ୍ତାକଲା ଏମାନଙ୍କୁ ବୁଦ୍ଧି ଶିଖାଇବାକୁ ହେବ । କୂଅ ବାହାରକୁ ଆସି ଦେଖିଲା ଏକ କଳାସାପ ଗାତଭିତରକୁ ଯାଉଛି । ସାପ ସହିତ ବନ୍ଧୁତା କରିତା’ ସଂପର୍କୀୟ ମାନଙ୍କୁ ଦମନ କରିବାପାଇଁ ଚିନ୍ତାକରି ସାପକୁ କହିଲା- ତୁମେ ମୋର ସାଥୀ ହେବ ? ସାପ ଏହାଶୁଣି ଆଶ୍ଚର୍ଯ୍ୟ ହେଲା । ଏ ବେଙ୍ଗ କ’ଣ ଜାଣିନାହିଁ ମୁଁ ସେମାନଙ୍କୁ ଖାଇବାକୁ ଭଲପାଏ ! ଏ କଥା ବେଙ୍ଗକୁ କହିଲାରୁ ବେଙ୍ଗ କହିଲା- ହଁ ମୁଁ ଜାଣେ । ମୋ ସଂପର୍କୀୟମାନଙ୍କୁ ଖାଇଦିଅ ।

ବେଙ୍ଗ କଥା ଶୁଣିସାପ ଖୁସିହେଲା । କହିଲା- ମୁଁ କୂଅ ଭିତରକୁ କେମିତି ଯିବି? ପହଁରା ଜାଣିନାହିଁ । ବେଙ୍ଗ ତାକୁ ସାଙ୍ଗରେ ନେଇ କୂଅ ଭିତରକୁ ଥିବା ଗାତଟି ଦେଖାଇଲା । କହିଲା ମୋ ପରିବାର ଓ ସଂପର୍କୀୟଙ୍କୁ ସବୁଖାଇବ, କିନ୍ତୁ ମୋସାଙ୍ଗ ଓ ଶୁଭେଚ୍ଛୁମାନଙ୍କୁ ଖାଇବ ନାହିଁ । ମୁଁ ସେମାନଙ୍କୁ ଚିହ୍ନେଇଦେବି । ସାପ ଖୁସିହେଇ ବେଙ୍ଗ ସାଙ୍ଗରେ ଗାତ ଦେଇ କୂଅ ଭିତରକୁ ଗଲା । କିଛିଦିନ ଭିତରେ ସାପ ବେଙ୍ଗ ପରିବାର ଓ ସଂପର୍କୀୟଙ୍କୁ ଖାଇବାରେ ଲାଗିଲା । ସାପଟି ବେଙ୍ଗ ଖାଇବାର ମଜ୍ଜାକୁ ଛାଡିପାରିଲା ନାହିଁ । ବେଙ୍ଗର ପରିବାର ଓ ସଂପର୍କୀୟଙ୍କୁ ଖାଇସାରିଲା ପରେ ସାଙ୍ଗସାଥୀ ଓ ଶୁଭେଚ୍ଛୁ ମାନଙ୍କୁ ମଧ୍ୟ ଖାଇବାରେ ଲାଗିଲା । ବେଙ୍ଗକୁ ଡାକି କହିଲା- ବନ୍ଧୁ ସମସ୍ତ ବେଙ୍ଗଙ୍କୁ ଖାଇଲି । ବର୍ତମାନ ଆଉବେଙ୍ଗ ଖାଇବି । ବେଙ୍ଗ କହିଲା- ସମସ୍ତ ବେଙ୍ଗଙ୍କୁ ତ ଖାଇଦେଲ, ଆଉ କେଉଁଠୁ ବେଙ୍ଗ ଆଣିବି? ସାପ କହିଲା- ମୁଁ ତୁମ କୂଅରେ ବାସକରୁଛି । ମୋ ପାଇଁ ଆଉବେଙ୍ଗ ଆଣି ଦିଅ ।

ବେଙ୍ଗ ଏ କଥା ଶୁଣିତା’ ଜୀବନ ପ୍ରତିବିପଦ ଆଶଙ୍କାକଲା । ସେ ତତ୍‌କ୍ଷାଣତ୍ ‌ବୁଦ୍ଧି ପାଂଚି କହିଲା- ଠିକ୍ ଅଛି, ମୁଁ ଆଉବେଙ୍ଗ ଆଣି ଦେବି, କିନ୍ତୁ ଏଇ କୂଅରେ ଆଉ ତ ବେଙ୍ଗ ନାହିଁ, ମୁଁ ଅନ୍ୟ ଏକ କୂଅକୁ ଯାଇ ତୁମକୁ ଖବର ଦେବି, ତୁମେ ସେଠି ସବୁବେଙ୍ଗଙ୍କୁ ଖାଇବ । ଠିକ୍ ଅଛି- ତୁମେ ବର୍ତମାନ ଆରାମରେ ରୁହ । ସାପ ରାଜିହେଲା । ବେଙ୍ଗକୂଅ ବାହାରକୁ ଆସି ଭାବିଲା, ସାପକୁ ବିଶ୍ୱାସ କରିବା ବୋକାମି ଥିଲା । ମୁଁଜାଣେ ମତେ ମଧ୍ୟ ସେ ଖାଇ ଦେଇଥାନ୍ତା । ଆହାଃ, ମୁଁ କ’ଣ କଲି! ମୋରସମସ୍ତ ସାଙ୍ଗସାଥୀ, ପରିବାର, ସଂପର୍କୀୟଙ୍କୁ ହରେଇଲି । ଏହି ଗଳ୍ପଟିର ସାରକଥା ହେଲା- “ଦୁର୍ଜନ ସଂଗେ କଲେବାସ, ନିଶ୍ଚେ ହୋଇବ ସର୍ବନାଶ”ା ଏ ଗଳ୍ପଟି ସବୁ ଦେଶ ପାଇଁ ପ୍ରଜୁର୍ଯ୍ୟ ।

ଏବେ ମୂଳ କଥାକୁ ଆସିବା । ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥାର ଭୟାବହତା ଭୀଷଣ ଭାବେ ଦେଖା ଦେଲାଣି । ମାନ୍ଦାବସ୍ଥାରୁ ଉତ୍ପାଦନ କମିଯାଏ । ଲୋକଙ୍କ କ୍ରୟକ୍ଷମତା କମିବା ସଂଗେ ସଂଗେ ଚାହିଦା ମଧ୍ୟ କମିଯାଏ । କଳ କାରଖାନା ବନ୍ଦ ହୋଇଯାଏ, ଶ୍ରମଜୀବିମାନେ ଜୀବିକା ହରାନ୍ତି, ଲୋକେ ଭୋକରେ ଆଉଟୁପାଉଟୁ ହୁଅନ୍ତି । ୧୯୨୯, ୨୦୦୮ ମାନ୍ଦାବସ୍ଥାରେ ସମଗ୍ରବିଶ୍ୱରେ ଅର୍ଥନୈତିକ ସଂକଟ ଦେଖାଦେଇଥିଲା । ଏବେ ୨୦୨୦ ମାନ୍ଦାବସ୍ଥାର ଫଳାଫଳ କ’ଣ ହେବ ତାହା ଏବେଠୁ ଆକଳନ କରିବା ସମ୍ଭବ ନୁହେଁ ।

ଅଦୃଶ୍ୟ କରୋନା ଭୂତାଣୁ ଆକ୍ରମଣ ଯୋଗୁଁ ସାରା ବିଶ୍ୱ ବାସୀ ଗୃହ ବନ୍ଦୀ ଥିଲାବେଳେ ସଂଚିତ ଧନ ସମ୍ପତି ସରି ସରି ଆସୁଛି । “ବସିଖାଇଲେ ନଈବାଲିସରେ” ଭଳି ସରକାର ଓ ଆମ ପାଖରେ ଯାହାକିଛି ଖାଦ୍ୟ, ଅର୍ଥ ଥିଲା ଦିନକୁ ଦିନ ଖାଲି ହେବାରେ ଲାଗିଛି । ଏବେ ବି ଶ୍ରମଜୀବି ଶ୍ରେଣୀ ଯିଏ ଯେଉଁଠି ଅଟକିରହିଛନ୍ତି, ସେମାନଙ୍କ ଦୂରାବସ୍ଥାଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ଏଣେ ରୋଜଗାର ନାହିଁ, ପୁଣି ରୋଗ ଭୋକରେ ମଣିଷ, ପଶୁପକ୍ଷୀ ଛଟପଟ ।

ବର୍ତମାନ ସମୟରେ ଆମ ପାଖରେ ଯାହାକିଛି ଅଛି ଅଳ୍ପ ଅଳ୍ପ ଖର୍ଚ୍ଚ କରିବା ବୁଦ୍ଧିମାନର କାମ । ନ ହେଲେ ଭୋକରେ ଛଟପଟ ହୋଇ ଶୀଘ୍ର ଜୀବନ ଚାଲିଯିବ । ଏ ଦୁନିଆରେ କେହି କେବେ ମରିବାକୁ ଚାହେଁନା । ବଂଚିବା ପାଇଁ ଆମେ ସମସ୍ତେ ମିଳିମିଶି ଭୟଙ୍କର ଅଦୃଶ୍ୟକ ରୋନା ବିରୁଦ୍ଧରେ ଲଢି ଯିବା । ଲଢି ଲଢି ମରିଯିବା ହିଁ ମଣିଷ ପଣିଆ ।

ସମୟ ଆସୁଛି- କରୋନା ବିରୁଦ୍ଧରେ ଲଢୁ ଲଢୁ ଭୋକ ପାଇଁ ତୁମୁ ଳଲଢେଇଲା ଗିଯିବ । ଯେଉଁ ଶ୍ରମ ଜୀବିମାନେ କୌଳିକ ବୃତି ହେଉ କିମ୍ବା ନିଜର ରୁଚି ଅନୁସାରେ ବିଭିନ୍ନକ୍ଷେତ୍ରରେ ନିୟୋଜିତ ଥିଲେ- ଲକ୍‌ଡାଉନ୍ ‌ସମୟରେ କାମ ବନ୍ଦ ହୋଇଯିବାରୁ ଜୀବନ ଜୀବିକା ଉଛନ୍ନ ହୋଇପଡିଛି । ଅଦୃଶ୍ୟ ଶତ୍ରୁ କରୋନା ବିରୁଦ୍ଧରେ ବିଶ୍ୱବାସୀ ସମସ୍ତେ ଲଢୁଛନ୍ତି । ଏ ଲଢେଇରେ ଶୂନ୍ୟରେ ଖଣ୍ଡା ବୁଲେଇ ବୁଲେଇ ହାଲିଆ ହୋଇଗ ଲେଣି । କେବଳ ନିଜର ସୁରକ୍ଷା ପାଇଁ ଯାହାକିଛି ପଦକ୍ଷେପ ନେଉଛେ । ଭୋକ ପାଇଁଖାଦ୍ୟ ବହୁସ୍ଥାନରେ ଦୃଶ୍ୟମାନ । ଭୋକିଲା ଲୋକମରିବା ପୂର୍ବରୁଖାଦ୍ୟ ପାଇଁ ଛଡା ମଡା ହେବେ । ଏଥି ପାଇଁ ହଣାକଟା ଲାଗିଯାଇପରେ । ପୂର୍ବରୁ ୧୯୮୯ ଫ୍ରାନ୍ସ୍‌ବିପ୍ଳବ ପୂର୍ବରୁ, ୧୯୧୭ ରୁଷ୍‌ବିପ୍ଳବ ଓ ୧୯୪୩ ବେଙ୍ଗଲ ଦୁର୍ଭିକ୍ଷବେଳେ ଅସମ୍ଭାଳ ଭୋକ ପାଇଁ ଦଙ୍ଗା ଲାଗିଯାଇଥିଲା । ଯାହା ଏବେ ଆଫ୍ରିକୀୟ ଦେଶମାନଙ୍କରେ ଘଟୁଛି । ଏ ଘଟଣା ସମଗ୍ରବିଶ୍ୱରେ ମଧ୍ୟ ଦେଖା ଦେଇପାରେ!

ଭବିଷ୍ୟତର ପୃଥିବୀ ଆମର କରୋନାର କାରାଗାରରେ ଅସହାୟ । ଏ ଅତିଷ୍ଠ ଅର୍ଥନୀତିକୁ ଆସନ୍ତାକାଲି ଅଚିରେ ପ୍ରତ୍ୟାଖାନ କରିବ । କାଲି ସକାଳେ ଯେତେବେଳେ ଭୂତାଣୁ ବିଭୀଷିକା ସୃଷ୍ଟି କାରୀ କରାଳ କରୋନା ଏ ଦୁନିଆରୁ ବିଦାୟ ନେବାକୁ ବସିଥିବ- ସେତେ ବେଳେ ଏ ସମାଜ ପାଇଁ ସୃଷ୍ଟି  ହେବ- ଏକ ସଂଶୟମୁକ୍ତ ନୂତନ ଭୂମିକା । ଜୀବନ ଶୈଳୀ ବଦଳିବାର ଓ ବଦଳାଇବାର ବୀଜମନ୍ତ୍ର ପାଠ ପାଇଁ ପୁଣି ଆରମ୍ଭ ହେବ ପ୍ରସ୍ତୁତି ପର୍ବ ।

ଟ୍ରମ୍ପ୍‌ ଜରିଆରେ ଆମେରିକା ଆଜି ଔଷଧ ବିକଳରେ ତାଟିଆ କାମୁଡି ଚୀନ୍‌କୁ ଅଭିଶାପ ବାଣୀ ଶୁଣାଇ ବିଶ୍ୱ ସ୍ୱାସ୍ଥ୍ୟସଂଗଠନକୁ ଧମକ ଦେଇସାରିଛି । ଏଠି ମଧ୍ୟ କତିପୟ ରାଜନୈତିକ ଯୋଦ୍ଧା ଧାରୀ ଏକ ନିର୍ଦ୍ଧିଷ୍ଟ ଧର୍ମୀୟ ସଂପ୍ରଦାୟକୁ ଆଙ୍ଗୁଠି ଦେଖାଇବାରେ ଲାଗିପଡିଛନ୍ତି । କିନ୍ତୁ ମଣିଷ ଯେ ମୂଖ୍ୟ, ଏ ମହାତତ୍ୱର ତାତ୍ପର୍ଯ୍ୟ ଏବେ ଆଉ ଅଜଣା ଅଶୁଣା ହୋଇ ରହିନାହିଁ । ବନ୍ଧୁଗଣ! କେତେକ ବୁଦ୍ଧିଜୀବି ସେମାନେ କେବଳ ଶଦ୍ଦକୁ ଏପଟ ସେପଟ କରି ମହାମିଥ୍ୟାକୁ ମହାସତ୍ୟ ବୋଲି ବୋଲାଇବାକୁ ଝାଳ ବୁହାଉଛନ୍ତି । ମାତ୍ର ଆମର ସଜାଗସଚେତନ ଜନଗଣ ଜାଣନ୍ତି ଯେ, ଆମର ପ୍ରଥମ ସାଲ୍ୟୁଟ୍‌ର ହକ୍‌ଦାର ହେଉଛନ୍ତି- ଏବେ ଦିନରାତିକୁ ଏକ୍‌କ ରିଦେଇ ମଣିଷମାନଙ୍କୁ ବଂଚେଇବାର ଲଢେଇକୁ ବଳବତରକରାଇ ରଖିବା ଦିଗରେ ଆପ୍ରାଣେ ଉଦ୍ୟମରତ ବୈଜ୍ଞାନିକ, ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମଚାରୀ, କୃଷକ, ଶ୍ରମିକ, ସୈନିକ, ସିପାହୀ ଓ ସାଧାରଣ ମଣିଷ ।

ସାରା ପୃଥିବୀରେ ଶୋଷଣ ଜାଲବିଛାଇଥିବା ଆମେରିକା କିନ୍ତୁ ନିଜ ମାୟାଜାଲରେ ନିଜେ ଛନ୍ଦି ହୋଇଯାଇଛି । ଆଜିର ଏ ପରିସ୍ଥିତି ପଛରେ ଆମେରିକାର କି ପ୍ରକାରକୂଟ କୌଶଳ ଛପିରହିଛି – ଏ କଥା ସବୁଦେଶ କହିପାରୁନାହାଁନ୍ତି । ସେମାନଙ୍କ ଜିଭ କଟିଯିବାଭୟରେ ବହୁସଂଖ୍ୟକ ଦେଶ ମୁହଁରେ ତୁଣ୍ଡି ଲଗାଇ ଦେଇଛନ୍ତି । ଆମେରିକାର ଶତ ପ୍ରଚାରିତ ସମୃଦ୍ଧି, ପ୍ରାଚୁର୍ଯ୍ୟ ତଥା ଶିଖର ଆରୋହଣର ଉଚ୍ଚାରଣ ଏବେ କିନ୍ତୁ ଗୋଟାଏ ପ୍ରକାଣ୍ଡ ପୋଲା ବାଉଁଶର ଅନ୍ତଃ ସାର ଶୂନ୍ୟତାକୁ ହିଁ ସାବ୍ୟସ୍ତ କରିବାକୁ ଯାଉଛି । କାଲି ଯେତେବେଳେ କରୋନା ମୁକ୍ତମଣିଷ ତା’ର ପ୍ରଳୟପରର ସର୍ଜନା ସକାଶେ ନୂଆ ଖସଡା ତିଆରିକରିବ- ସେତେବେଳେ ଏ ଡିଣ୍ଡିମପିଟା ଅର୍ଥନୀତି ଆଗରେ ଆଠେଁଇ ପଡି ତାଲିମ୍‌ନେବାର ବଦଭ୍ୟାସ ଛାଡିବାକୁ ହେବ । ନୂଆ ଜୀବନ ଶୈଳୀ ଆମ ସମସ୍ତଙ୍କୁ ବଂଚିବାର ଅର୍ଥ ନୀତି ଆଡେଉନ୍ମୁଖ ହେବାକୁ ବାଧ୍ୟ କରିବ ହିଁକରିବ ।

ଯାଜପୁରରୋଡ, ଯାଜପୁର
ମୋ: ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ