ବହଳଦା ସତସଙ୍ଗ ବିହାର ଆନୁକୁଲ୍ୟରେ ୩୦଼ ୟୁନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):’କରୋନା’ ମହାମାରୀ ସଂକ୍ରମିତ ଭୂତାଣୁ ଠାରୁ ଦୂରେଇ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଜାରି ରଖିଛନ୍ତି । ଯାହାଫଳରେ ସବୁଆଡେ ଶୂନଶାନ । କେହି ପଦାକୁ ବାହାରୁ ନାହାଁନ୍ତି ।ଏଣେ ଏଭଳି ପରିସ୍ଥିତିରେ ବିଭିନ୍ନ ଡାକ୍ତରଖାନାରେ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ସଂକଟ ଦେଖାଦେଇଛି । ପ୍ରସୂତି ମହିଳା, ଥାଲାସେମିଆ ରୋଗୀମାନେ ଏବଂ ରକ୍ତ ହୀନ ବୁଢ଼ାବୁଢିମାନେ ରକ୍ତ ଟିକେ ନ ପାଇ ନାହିଁ ନ ଥିବା କଷ୍ଟ ଓ ଦୁଃଖ ଭୋଗୁଛନ୍ତି । ରୋଗୀଙ୍କ ଏଭଳି ଦୁଃଖଦ ଦେଖି ବହଳଦା ସତସଙ୍ଗ ବିହାର କମିଟିର ସଦସ୍ୟମାନେ ଗୁରୁବାର ଦିନ ମୟୂରଭଂଜ ଜିଲ୍ଲାର ବହଳଦା’ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଶ୍ରୀ ଶ୍ରୀ ଠାକୁର କହିଛନ୍ତି ମାନବ ସେବାହିଁ ମାଧବ ସେବା ।ସେବା କରିବା ହିଁ ପ୍ରକୃତ ଧର୍ମ । ସେହି ଠାକୁରଙ୍କ ଉପଦେଶକୁ ବହଳଦା ସତସଙ୍ଗ ବିହାର କମିଟିର ସଦସ୍ୟ ମାନେ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।ଏହି କାର୍ଯ୍ୟକ୍ରମକୂ ବହଳଦା ଡାକ୍ତରଖାନାର ମୁଖ୍ୟ ଡଃ ରୀତା ଟୁଡୁ , ବରିଷ୍ଠ ସାମ୍ବାଦିକ ପ୍ରଭାସ ଦାସ, ବରିଷ୍ଠ ସାମ୍ବାଦିକ ମଧୁସୂଦନ ଦାସ ପ୍ରମୁଖ ପିତା କାଟି ଉଦଘାଟନ କରିବା ସହ ୩୦ଜଣ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।କାର୍ଯ୍ୟକ୍ରମକୁ ସହପ୍ରତିରିତ୍ବିକ ନିଗମାନନ୍ଦ ପଟ୍ଟନାୟକ,ଗୋଲକ ବିହାରୀ ଆଚାର୍ଯ୍ୟ,ନବିନ ଆଚାର୍ଯ୍ୟ, ଭାସ୍କର ପ୍ରତିମା ପଟ୍ଟନାୟକ,ସୁମନ ପାଲ,ମଳୟ ଦତ୍ତ, ଗୌରାଙ୍ଗ ଗିରି, ପଦ୍ମଲୋଚନ ପାଲ,ସଂଜୟ ରଣା, ସତ୍ୟଜିତ ନନ୍ଦ, ଶାଶ୍ବତ ପୁଲକ ପାଲ,‌ବ୍ରହ୍ମାନନ୍ଦ ଦତ୍ତ, ଡଃ ହିମାଂଶୁ ଶେଖର ନାୟକ, ଦେବେନ୍ଦ୍ର ଗିରି, ସୁପ୍ରିୟା ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏଭଳି ରକ୍ତ ସଂକଟ ସମୟରେ ବହଳଦା ସତସଙ୍ଗ ବିହାର ତରଫରୁ ଏଭଳି ରୋଗୀକଲ୍ଯାଣ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ରକ୍ତ ଅଭାବରେ ପିଡିତ ରୋଗୀମାନେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ