ସଡକ ଦୁର୍ଘଟଣାରେ ମାଆ ସହ ନବଜାତକର ଅକାଳ ମୃତ୍ୟୁ

କେନ୍ଦ୍ରାପଡା ,( ଯୁଗାବ୍ଦ ନ୍ୟୁଜ୍): ଏକ ସଡକ ଦୁର୍ଘଟଣାରେ ମାଆ ସହିତ ନବଜାତ ଶିଶୁ ପୁତ୍ରର ଅକାଳ ମୃତ୍ୟୁ ହୋଇଥିବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମାଆ ସହିତ ଶିଶୁ ପୁତ୍ରର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ସହିତ ବାପା ଅଳ୍ପକେ ବଞ୍ଚି ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ ମହାକାଳପଡା ଥାନା ଅନ୍ତର୍ଗତ ତେରଗାଁର ମଦନ ମଳିକ ନିଜ ପତ୍ନୀ ମାନିନୀକୁ ଗତ ୨ ଦିନ ତଳେ ଜିଲ୍ଲା ମୁକ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଶୁକ୍ରବାର ଦିନ ମାନିନୀ ସେହି ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୁଅ ଜନ୍ମ ହେବାରୁ ଉଭୟ ଦମ୍ପତି ତଥା ପରିବାର ଲୋକେ ଖୁସିରେ ଆତ୍ମ ବିଭୋର ହୋଇ ପଡିଥିଲେ । ଶନିବାର ସକାଳୁ ମୁଖ୍ୟ ଚିକିତ୍ସାଳୟରୁ ଡିସଚାର୍ଜ ହୋଇ ଏକ ଅଟୋ ରିଜର୍ଭ କରି ନିଜ ଗ୍ରାମକୁ ଫେରୁଥିବା ବେଳେ ପାରାଦ୍ୱୀପ-ଚଣ୍ଡିଖୋଲ ୫ନମ୍ବର(କ) ଜାତୀୟ ରାଜପଥର ଖମରପଡା ଛକ ନିକଟରେ ସକାଳ ପ୍ରାୟ ୮ଟା ସମୟରେ ଯାଉଥିବା ସମୟରେ ଏକ ଦ୍ରୁତଗାମୀ ୧୦ ଚକିଆ ଟ୍ରକ ସେହି ଅଟୋକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମାଆ ମାନିନୀ ସହିତ ନବ ଜାତକ ଶିଶୁ ପୁତ୍ରର ମୃତ୍ୟୁ ହୋଇଯାଇଥିଲା । ବାପା ମଦନ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ଟ୍ରକ ଟିକୁ ଜବତ କରିଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ଦୈନିକ ଶହ ଶହ ସଂଖ୍ୟାରେ ଆଇରନ ଟ୍ରକ ଚାଲୁ ଥିବା ବେଳେ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ କୌଣସି ନିୟନ୍ତ୍ରଣ ରହୁ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ଧନ ଜୀବନ ହାନୀ ହେଉଛି । ସେହିପରି ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଗୋପ ଛକ ନିକଟରେ ଗୋଟିଏ ଟ୍ରକ କୁ ପଛରୁ ଅନ୍ୟ ଏକ ଟ୍ରକ ଧକ୍କା ହେବାରୁ ୨ ଟ୍ରକର ଡ୍ରାଇଭର ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଅଗ୍ନିଶମ ବିଭାଗ ଗାଡି ଘଟଣା ସ୍ଥଳରେ ପହଁଚି ଆହତ ଗାଡି ଚାଲକ ଦ୍ୱୟଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ