ଓଁକାର ଗୀତା ବାଣୀ ଭୂଷଣ ପରିଷଦର ତୃତୀୟ ବାର୍ଷିକ ଉତ୍ସବ

କଟକ, (ଓ୍ବାଇଏନଏସ): ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିଃସୃତ ଶ୍ରୀମଦଦ୍ଭଗବତ ଗୀତାର  ଅମୃତ ବାଣୀର ପ୍ରଚାର-ପ୍ରସାର, ଆଧ୍ୟାତ୍ମିକ ଚେତନାର ଜାଗରଣ ଏବଂ ମାନବ ସମାଜକୁ ଧର୍ମ, କର୍ମ, ସତ୍ୟ ଓ ନୀତିର ପଥରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଗଠିତ ଓଁକାର ଗୀତା ବାଣୀ ଭୂଷଣ ପରିଷଦ, ଓଡ଼ିଶାର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କଟକ ଖାନନଗରସ୍ଥିତ ଶ୍ରୀ ପୁରୁଷୋତ୍ତମ ଜୀଉ ମନ୍ଦିର ପରିସରରେ ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବରେ ଗୀତାର ମହତ୍ତ୍ୱ, ଜୀବନ ଦର୍ଶନ ଓ ମାନବ କଲ୍ୟାଣରେ ଏହାର ଭୂମିକା ଉପରେ ବିଶେଷ ଆଲୋଚନା ହୋଇଥିଲା। ଗୀତା କେବଳ ଏକ ଧାର୍ମିକ ଗ୍ରନ୍ଥ ନୁହେଁ, ବରଂ ମାନବ ଜୀବନରେ କର୍ତ୍ତବ୍ୟବୋଧ, ଆତ୍ମସଂଯମ, ନିଷ୍କାମ କର୍ମ, ଭକ୍ତି ଓ ଆଧ୍ୟାତ୍ମିକ ଚେତନାର ଏକ ମହାନ ମାର୍ଗଦର୍ଶକ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।ଅନୁଷ୍ଠାନର ସଭାନେତ୍ରୀ ପଣ୍ଡିତା ଶ୍ରୀମତୀ ସରୋଜିନୀ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଓଡ଼ିଶାର ବିଶିଷ୍ଟ କଥାବାଚକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଓଁକାର ନାଥ ସରସ୍ୱତୀ ଉଦ୍‌ଘାଟକ ଏବଂ ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରଧାନୀ ଦେବବର୍ମା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ପଣ୍ଡିତ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ନାରାୟଣ ପଣ୍ଡା, ଶ୍ରୀଯୁକ୍ତ ପ୍ରଭୁଜୀ ଅନୀଲ କୁମାର ଦାସ, ସାଧ୍ୱୀ ଅରୁନ୍ଧତୀ ମାତାଜୀ, ପଣ୍ଡିତ ବ୍ରଜକିଶୋର ମହାନ୍ତି, ପ୍ରବଚକ ପ୍ରମୋଦ କୁମାର ପଣ୍ଡା, ପ୍ରେମଲତା ଦାଶ ଓ ପ୍ରଫେସର ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୀତା ମାହାତ୍ମ୍ୟ, ଆଧ୍ୟାତ୍ମିକ ଚେତନା ଓ ସନାତନ ସଂସ୍କୃତିର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଗୀତାର ମହାନ ବାଣୀକୁ ଘରେ ଘରେ ପହଞ୍ଚାଇବା, ଯୁବପିଢ଼ିଙ୍କ ମଧ୍ୟରେ ଭାରତୀୟ ଆଧ୍ୟାତ୍ମିକ ଚିନ୍ତନଧାରା ଓ ନୈତିକ ମୂଲ୍ୟବୋଧର ବିକାଶ କରିବା ସହିତ ସମାଜରେ ଶାନ୍ତି, ସଦ୍‌ଭାବ ଓ ମାନବିକତାର ବାର୍ତ୍ତା ପ୍ରସାର କରିବା ଦିଗରେ ପରିଷଦର କାର୍ଯ୍ୟକ୍ରମ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସହସମ୍ପାଦକ ପ୍ରବୀର ଚରଣ ତରାଇ ମଞ୍ଚ ନିମନ୍ତ୍ରଣ, ସଭ୍ୟା କନକଲତା ସ୍ୱାଇଁ ଅତିଥି ପରିଚୟ, ଉପସଭାପତି ସନ୍ତୋଷ କୁମାର ଶରଣ ସ୍ୱାଗତ ଅଭିଭାଷଣ ଏବଂ ସମ୍ପାଦକ ପଣ୍ଡିତ ରବୀନ୍ଦ୍ର କୁମାର ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସୁଶ୍ରୀ ଦୀପ୍ତିଶିଖା ମହାନ୍ତି ମନମୁଗ୍ଧକର ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନାରେ ଉପସଭାପତି ଗୋଲେକ ବିହାରୀ ରାଉତ ଓ ବୀଣାପାଣି ଦ୍ୱିବେଦୀ ସହଯୋଗ କରିଥିଲେ। ପଣ୍ଡିତ ବିଷ୍ଣୁ ନାରାୟଣ ପଣ୍ଡା ବେଦପାଠ କରିଥିବା ବେଳେ ବିଭୁତି ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କଥାବାଚକ ଓ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଓ ଅବଦାନ ପାଇଁ ସୁନାମ ଅର୍ଜନ କରିଥିବା ୭୦ ଜଣ ପ୍ରତିଭାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଲଳିତ ମହାପାତ୍ର, ସନାତନ ରାଉତ, ଲକ୍ଷ୍ମିବାଇ ରାଓ, ସବିତା ମିଶ୍ର, ସଂଘମିତ୍ରା ରାୟ, ମମତା ମହାନ୍ତି, ଉଷାରାଣୀ ପଣ୍ଡା, ସବିତା ସାବତ, ସ୍ୱର୍ଣ୍ଣଶ୍ରୀ ଦାଶ, ତୁଳସୀ ଦାସ, ରୀତା ଅପରାଜିତା ମହାନ୍ତି, ଲୀନାବାଳା ଦଳେଇ, ସୁବାସିନୀ ଷଡ଼ଙ୍ଗୀ, ଲଳିତ ଦଣ୍ଡସେନା, ଜଗନ୍ନାଥ ବିଶ୍ୱାଳ, ମିନାକ୍ଷୀ ମିଶ୍ର, ପୂଜା ରାଣୀ ନନ୍ଦ, ଲିପ୍ସା ସାହୁ, ସଞ୍ଜୁକ୍ତା ମିଶ୍ର, ସୁଷମା ଶତପଥୀ ଓ ଜ୍ୟୋତିର୍ମୟୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଗୀତାର ଅମୃତ ବାଣୀକୁ ସମାଜର ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚାଇ ଆଧ୍ୟାତ୍ମିକ ଚେତନାର ବିକାଶ, ନୈତିକ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ଏବଂ ସନାତନ ସଂସ୍କୃତିର ସୁରକ୍ଷା ଓ ପ୍ରଚାର-ପ୍ରସାର ଦିଗରେ ଓଁକାର ଗୀତା ବାଣୀ ଭୂଷଣ ପରିଷଦର ଏହି ପ୍ରୟାସ ଆଗାମୀ ଦିନରେ ଆହୁରି ବ୍ୟାପକ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ