୪ ବାଲି ବୋଝେଇ ହାଇୱା ଜବତ କଲେ ଟାଙ୍ଗୀ ଚୌଦ୍ୱାର ଅତିରିକ୍ତ ତହସିଲଦାର

ଚୌଦ୍ୱାର,(ସଞ୍ଜୀବ କୁମାର ତିୱାରୀ): ଆଜି ଆକ୍ଟିଭ ମୁଡ଼ରେ ଟାଙ୍ଗିଚୌଦ୍ୱାର ତହସିଲ କାର୍ଯ୍ୟାଳୟ ।ଲକଡାଉନ ସମୟରେ ଅବାଧରେ ଚାଲିଥିବା ବେଆଇନି ବାଲି ଚାଲାଣ ଉପରେ ଲଗାମ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ ।ଆଜି ଚୌଦ୍ୱାର ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଉପରେ ୪ଟି ବାଲି ବୋଝାଇ ହାଇୱା ଟ୍ରକକୁ ଜବତ କରିଛନ୍ତି।ଜବତ ଗାଡି ଗୁଡିକର ନମ୍ବର ହେଉଛି ଓଡ଼ି୦୫ଡି ପି ୮୬୩୯,ଓଆର୦୫ଏଏନ ୫୦୧୬,ଓଡ଼ି୦୫ ଏଜି୨୯୮୩, ଓ ଓଡ଼ି୦୫ଏଏସ ୨୬୨୧ ।ଗାଡି ଗୁଡିକ କଟକ ର ବିଭିର୍ଣ୍ଣ ବାଲି ଘାଟରୁ ବୋଝେଇ କରି ଚୌଦ୍ୱାରର ଅନେକ ସ୍ଥାନକୁ ଚାଲାଣ କରୁଥିଲେ।ଗାଡ଼ିରେ ଗୋଟିଏ ଆର ଫର୍ମ ରଖି ସେଥିରେ ଅନେକ ଟ୍ରିପ ବାଲି ଚାଲାଣ କରି ଦୈନିକ ହଜାର ହଜାର ଟଙ୍କା ମୁନାଫା କମାଉଥିବା ବେଳେ ସରକାରଙ୍କର ଅନେକ ରାଜସ୍ୱ ହାନି ହେଉଛି।ଅତିରିକ୍ତ ତହସିଲଦାର ଗାଡି ଗୁଡିକୁ ଜବତ କରି ଚୌଦ୍ୱାର ଥାନା ଜିମା ଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଲାକଡାଉନ ସମୟରେ ମଧ୍ୟ ଟାଙ୍ଗିଚୌଦ୍ୱାର ତହସିଲ ଅଂଚଳରେ ବହୁ ମାଫିଆ କିଛି ତହସିଲ କର୍ମଚାରୀ ଙ୍କୁ ହାତ କରି ବ୍ୟାପକ ଭାବେ ବାଲି ଓ ମୋରମ ଚାଲାଣ କରୁଥିବା ଜଣାପଡିଛି।ତୁରନ୍ତ ଏସଵୁକୁ ବନ୍ଦ କରି ବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ