୪୦ଜଣ ଅଟୋ ଚାଳକ ଙ୍କୁ ରାସନ ସାମଗ୍ରୀ ବଣ୍ଟନ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): କରୋନା ଭୁତାଣୁ ସାରା ବିଶ୍ୱ ରେ କାୟା ମେଲାଉଛି l ଦେଶ ରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଛି l ସାରା ରାଜ୍ୟ ଲକ ଡାଉନ ରହିଛି l ଆଜି ସନ୍ଧ୍ୟା ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଟୋ ଚାଳକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ କରାଯାଥିଲା l ଗଞ୍ଜାମ ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁବାଶିଷ ସାହୁ ଙ୍କ ନେତୃତ୍ୱରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ କନିସି ହାଟ ଥିବା ୪୦ଜଣ ଅଟୋ ଚାଳକ ଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l କରୋନା ଉପରେ ମଧ୍ୟ ସଚେତନ କରାଇ ଥିଲେ l ଏଥି ସହ ସୁବିଧା ଅସୁବିଧା ସମ୍ପର୍କ ରେ ପଚାରି ବୁଝି ଥିଲେ ସମ୍ପାଦକ ସୁବାଶିଷ ସାହୁ l ବଣ୍ଟନ କାର୍ଯ୍ୟକ୍ରମ ରେ ଭାଜପା କର୍ମୀ ମାନେ ସାମିଲ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ