ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର,(ୱାଇଏନଏସ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ଆଜି ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିଵିର ଆଜି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖଯ ଅତିଥି ସାଂସଦ ନବ ଚରଣ ମାଝୀ, ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା, ତହସିଲଦାର ଭବାନୀ ପ୍ରସାଦ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସୋମବାରି ମୁର୍ମୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଦାସ ଓ ବିଧାୟକଙ୍କ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରୟେ ମାନ୍ୟବର ସାଂସଦ କହିଥିଲେ. ଭିନ୍ନକ୍ଷମ ମାନେ ସାଧାରଣ ଭାବେ ସକ୍ଷମ ନ ହେଲେବି ସ୍ୱତନ୍ତ୍ର ଭାବେ ସକ୍ଷମ. ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସେମାନଙ୍କୁ ଉପଯୁକ୍ତଭାବେ ସାମର୍ଥ୍ୟ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ହେଉଛି ଏହି ଶିବିରର ମୂଳ ଲକ୍ଷ୍ୟ ।.ତେଣୁ ରାଇରଙ୍ଗପୁର ବ୍ଲକ ଓ ସହରାଞ୍ଚଳର ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଶିବିରକୁ ଆସି ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଉଦିଷ୍ଟ ଯୋଜନାର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ । ରାଇରଙ୍ଗପୁର ବ୍ଲକ ତଥା ପୌରପାଳିକା ଅଂଚଳର ପ୍ରାୟ ୧୦୮ଜଣ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ ।ବାରିପଦା ଓ ରାଇରଙ୍ଗପୁର ଡାକ୍ତରଖାନାର ବିଭିନ୍ନ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଚି଼ହ୍ନଟ କରିଥିଲେ. ଶିବିର ରେ ଆଜି ଅସ୍ଥି ଶଲ୍ୟ ରେ ୩୨ଜଣ , ପକ୍ଷାଘାତ ରେ ୧୪ଜଣ , ଦୃଷ୍ଟିବାଧିତରେ ୧୬ଜଣ, ମାନସିକ ଅନଗ୍ରସର ରେ ୧୫ ଜଣ, ଇ ଏନ ଟି ରେ ୧୧ଜଣ, ମାଇନର ସର୍ଜରୀ ପାଇଁ ୦୯ ଜଣଙ୍କୁ ଚି଼ହ୍ନଟ କରାଯାଇଥିଲା. ସେହିପରି ଵାଣିଶ୍ରୀ ମେଧା ବୃତ୍ତି ପାଇଁ ୦୨ଜଣ , ଡି ଆର ଆଇ ଋଣ ପାଇଁ ୦୫ ଜଣ, ଭତ୍ତା ପାଇଁ ୨୫ଜଣଙ୍କୁ ଚୟନ କରାଯାଇଛି. ୦୫ଜଣଙ୍କୁ ସହାୟତା ଉପକରଣ,୩୫ ଜଣଙ୍କୁ ବସ ପାସ, ଇନକମ ପ୍ରମାଣ ପତ୍ର ପାଇଁ ୩୦ଜଣ , ଦକ୍ଷତା ତାଲିମ ପ୍ରଦାନ ପାଇଁ ଜଣଙ୍କୁ ଏବଂ ହାଉସିଂ ପାଇଁ ଜଣଙ୍କୁ ମନୋନୀତ କରାଯାଇଛି.।ଏହି ଅବସରରେ ମୁଖ୍ୟ ଅତିଥି ୫ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ, ହୁଇଲ ଚେୟାର ଇତ୍ୟାଦି ସହାୟତା ଉପକରଣ ବଣ୍ଟନ କରିଥିଲେ.।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ