ତିତିଲି ଯିବାର ୨ ବର୍ଷ ପୁରିନି ରାସ୍ତା କାମରେ ଟଙ୍କା ହରିଲୁଟ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ରାଜ୍ୟରେ ତିତିଲି ଭୟାଭୟ କାଣ୍ଡ ଘଟାଇ ୨୦୧୮ ମସିହା ଅକ୍ଟୋବର ମାସରେ କାଳ ସାଜିଥିଲା ଗଜପତି ଓ ଅନ୍ଧ୍ର ସିମାନ୍ତରେ । ଲକ୍ଷ ଲକ୍ଷ ଧନ ସମ୍ପତି ସହ ଶହ ଶହ ବ୍ୟକ୍ତି ଜୀବନ ହାରିଦେଇଥିଲେ । ଏହି ଦିଗରେ ପୁଣି ହସ ଫୁଟାଇବା ପାଇଁ ରାଜ୍ୟ ସରକାର ରାସ୍ତା ଘାଟ ଓ ଗୃହ ସଜାଡିବା ପାଇଁ କୋଟି କୋଟି ଟଙ୍କା ସାରିଛନ୍ତି । କିନ୍ତୁ ମୋହନା ବ୍ଳକରେ ଅନେକ ଜାଗାରେ ରାସ୍ତା ସଜାଡିବା ନା ରେ ଯନ୍ତ୍ରୀ ଓ ଠିକାଦାର ମିଳିତ ଉଦ୍ୟମରେ ଅର୍ଥ ହଡପ କରିବାରେ ଲାଗିଥିଲେ । ଲିଲିଗଡ ପଂଚାୟତର ଡେଙ୍ଗାଆମ୍ବ ଗାଁକୁ ରାସ୍ତା ମରାମତି ଓ ପୁଃନରୁଦ୍ଧାର ୮ ଲକ୍ଷ ୧୦ ହଜାର ଟଙ୍କ ମଞ୍ଜରୀରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗଜପତି ପକ୍ଷରୁ ଆର୍ଥିକ ବର୍ଷ ୨୦୧୮-୧୯ରେ ଫଳକ ଲଗାଇ କାମ ଆରମ୍ଭ ହୋଇଥିଲା । କିନ୍ତୁ କାମଟି ସମ୍ପୁର୍ଣ୍ଣ ନହୋଇ ଗାଁ ପାଖରେ କିଛି କଂକ୍ରିଟ ରାସ୍ତା ମରାମତି କରି କାମଟିକୁ ବନ୍ଦ ହୋଇଯାଇଛି । ଯାହା ଫଳରେ ବର୍ତମାନ ସୁଦ୍ଧା ଉକ୍ତ ଗାଁକୁ ରାସ୍ତା ଖଣ୍ଡେ ମଧ୍ୟ ନାହିଁ । ବର୍ଷା ଆସିଲେ ଗାଁରୁ କୌଣସି ଜରୁରୀ କାଳୀନ ପରିସ୍ଥିିତିରେ ମୋହନା ଆସିବାକୁ ହେଲେ ନଦୀ ଡେଇଁ ଆସିବାକୁ ପଡିଥାଏ । ଅନେକ ସମୟରେ ଗର୍ଭବତୀ ମାଙ୍କୁ ମଧ୍ୟ ଖଟିଆ ମାଧ୍ୟମରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଏ । ଏହି ରାସ୍ତା ନିର୍ମାଣରେ ମଧ୍ୟ ଦୁଇ ଦୁଇଟି ଯନ୍ତ୍ରୀ ଅଦଳ ବଦଳ ହୋଇ ନୂତନ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମଟି ସମ୍ପୁର୍ଣ୍ଣ ହୋଇନାହିଁ । ଯାହା ଫଳରେ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ପାଶ୍ୱର୍ରେ ମାଟି ଓ ପଥର ଗଦା କରାଇ ଠିକାଦାର ଓ ଯନ୍ତ୍ରୀ ମିଳିତ ଉଦ୍ୟମରେ ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ