ଲକ୍‌ଡାଉନ୍‌ ଯୋଗୁଁ ପୋଲସରାରୁ ବଲାଙ୍ଗୀର ଅଭିମୁଖେ ଇଟାଭାଟି ଶ୍ରମିକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ଶ୍ରମିକମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିଭଳି ଗଞ୍ଜାମ ଜିଲା ପୋଲସରା ନିକଟସ୍ଥ ହାତୀଓଟ ଏବଂ କେନ୍ଦୁବାଡ଼ି ଅଂଚଳରେ ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲାର ଶ୍ରମିକମାନେ ଶୁକ୍ରବାର ନିଜ ଭିଟାମାଟି ଅଭିମୁଖେ ଚାଲିଚାଲି ବାହାରିଛନ୍ତି। ସେମାନେ ପୋଲସରା, ବେଲଗୁଣ୍ଠା, ଭଞ୍ଜନଗର ବ୍ଲକ ଅତିକ୍ରମ କରିବା ପରେ ସହର ବାହାରେ ଥିବା ସ୍ଥାନୀୟ ସୋରାଦେବୀ ମନ୍ଦିର ରାସ୍ତାରେ ରୋଷେଇ କରିବା ପାଇଁ ଅଟକିଛନ୍ତି। ବାଟରେ ସେମାନଙ୍କ ଯାତାୟାତ ସମ୍ପର୍କରେ ଉପଖଣ୍ଡ ପ୍ରଶାସନ ଜାଣିଥିଲେ ମଧ୍ୟ କୌଣସି ସାହାର୍ଯ୍ୟ ସହଯୋଗ କରିନାହିଁ। ଅପରପକ୍ଷରେ ଶ୍ରମିକ ମାନେ କହିଛନ୍ତି, ଲକ୍‌ଡାଉନ୍‌ ପୂର୍ବରୁ ଆମେ ଆସି ହାତୀଓଟ ଇଟାଭାଟିରେ କାମ କରୁଥିଲୁ। ହେଲେ ୨ମାସ ହେବ କାମ ଧନ୍ଦା ବନ୍ଦ ହୋଇଯାଇଛି । ଖାଇବା ପିଇବା ପାଇଁ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ। ଏହି ଶ୍ରମିକ ମାନଙ୍କ ମଧ୍ୟରେ ୧୨ଜଣ ପୁରୁଷ ଓ ମହିଳା ରହି ଥିବାବେଳେ ୬ଜଣ ଶିଶୁ ଅଛନ୍ତି। ପ୍ରଚଣ୍ଡ ଖରାରେ ବହୁତ କଷ୍ଟରେ ଶ୍ରମିକମାନେ ସେମାନଙ୍କ ଶିଶୁମାନଙ୍କୁ ଧରି ଯାତାୟାତ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ