ବିଭିନ୍ନ ସ୍ଥାନରେ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ୧୧୫’ତମ ଜୟନ୍ତି ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ବିଭିନ୍ନ ସ୍ଥାନରେ ସାନ୍ତାଳୀ ଲିପି ଅଲଚିକି ର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ୧୧୫’ତମ ଜନ୍ମ ଜୟନ୍ତି ପାଳିତ ହୋଇ ଯାଇଛି।କରୋନା ସଙ୍କ୍ରମଣ କୁ ନେଇ ଜାରି ହୋଇଥିବା କଟକଣା କୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତି ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି।ଭିତରାମଦା ଗ୍ରାମପଞ୍ଚାୟତ ଦଲସରା ଗ୍ରାମରେ ସକାଳ ୭.୩୦ମି. ସମୟରେ ନବଜ୍ୟୋତି ଯୁବକ ସଂଘ ଦଲସରା ପକ୍ଷରୁ ଦଲସରା ଗ୍ରାମର ପଣ୍ଡିତ ମୁର୍ମୁ ଆଖଡାରେ ଥିବା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ’ଙ୍କ ପ୍ରତିମୁର୍ତ୍ତରେ ପୂଜାଅର୍ଚ୍ଚନା ପୂର୍ବକ ମାଲ୍ୟାର୍ପଣ କରାଯାଇଥିଲା।ଏନଓ୍ବାଇଏସ ଦଲସରା କ୍ଲବର ସଭାପତି ଶ୍ରୀ ଡମାନ ମୁର୍ମୁ,ସଂପାଦକ ସାଲ କିସ୍କୁ,ରାମଚନ୍ଦ୍ର ମୁର୍ମୁ,ଶିକ୍ଷକ ଫାତୁ କିସ୍କୁ,ପାଣ୍ଡୁରାମ ମାର୍ଣ୍ଡି ଓ ଚାମ୍ପାଇ ମାର୍ଣ୍ଡି’ଙ୍କ ସହ ସଂଘର ଅନେକ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତି ରହି ସାମାଜିକ ଦୂରତା ରକ୍ଷା କରିବା ସହିତ ପୂଜା ଅର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭିତରାମଦା ଗ୍ରାମପଞ୍ଚାୟତର ସମାଜସେବୀ ତଥା ପୂର୍ବତନ ସରପଞ୍ଚ ହରେକୃଷ୍ଣ ମଣ୍ଡଳ ଓ ଗ୍ରାମ ମୁଖ୍ୟ ଖାତ୍ରୀ କିସ୍କୁ ପଣ୍ଡିତ ମୁର୍ମୁଙ୍କ ପାଦରେ ଭକ୍ତିପୁତ ପ୍ରଣାମ ସହିତ ସାରା ଜଗତକୁ କରୋନା ମହାମାରୀରୁ ମୁକ୍ତି ପାଇଁ ପ୍ରର୍ଥନା କରିଥିଲେ।ସେହିପରି ଜାରିତାଣ୍ଡି ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ କ୍ଲବ ପକ୍ଷରୁ ସଭାପତି ଚୈତନ ହାଁସଦାଃ’ଙ୍କ ସଭାରେ ପଣ୍ଡିତ ମୁର୍ମୁଙ୍କ ଫୋଟ ଚିତ୍ରରେ ପୂଜା ଅର୍ଚ୍ଚନା କରାଯାଇ ଜନ୍ମଜୟନ୍ତି ପାଳନ କରାଯାଇଥିଲା ବେଳେ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ ବୁଶୁ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଇଶ୍ବର ବାସ୍କେ,କାଳୀଚରଣ ବାସ୍କେ ଓ ପୂର୍ବତନ ସରପଞ୍ଚ ଗୋପୀନାଥ ହାଁସଦାଃ ପ୍ରମୁଖ ଗ୍ରାମବାସୀଙ୍କ ସହିତ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା କରାଯିବା ସହିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫୋଟ ଚିତ୍ରରେ ଆଦିବାସୀ ପରମ୍ପରା ଅନୁସାରେ ପୂଜାପାଠ କରାଯାଇ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକ ନିରାଡମ୍ବର ଭାବେ ପାଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ