ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ରହିଛି । ସେ ଲିଭର କ୍ୟାନସରରେ ପୀଡ଼ିତ ଥିବାବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ସୁବାସ ଚୌହାନ କିଛି ଦିନ ହେଲା ଚିକିତ୍ସାଧିନ ଥିଲେ। ଗତ ୫ ତାରିଖ ମଙ୍ଗଳବାର ରାତିରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ରାତିରୁ ସେ ଆଇସିୟୁରେ ଏବଂ ପରେ ଭେଣ୍ଟିଲେଟରରେ ଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେପି ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ। ପଶ୍ଚିମ ଓଡିଶାରେ ତାଙ୍କର ଭଲ ସଂଗଠନ ଥିବାରୁ ବିଜେଡି ତରଫରୁ ତାଙ୍କୁ ସେହି ଅଞ୍ଚଳ ଦାୟିତ୍ବ ଦେଇଥିଲା। ସେହିପରି ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ ସୁବାସଙ୍କ ଭୂମିକା ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ