ବିଶାଖାପାଟଣା ଗ୍ୟାସ ଲିକ୍ ର ମୁକାବିଲା ନେଇ ରାଜ୍ୟ ଜରୁରି ରାସାୟନିକ ପରିବହନ କଲା ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା (ଆଇଏଏଫ) ନିଜର ମାନବୀୟ ସହାୟତା ଏବଂ ବିପର‌୍ୟ୍ୟୟ ପ୍ରଶମନ (ଏଚଏଡିଆର) ଦାୟିତ୍ୱର ଅଂଶବିଶେଷ ଭାବେ ୯ ମେ, ୨୦୨୦ରେ ବିଶାଖାପାଟଣା ଗ୍ୟାସ ଲିକର ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇ ଦେବା ଲାଗି ନୂତନ କର୍ତ୍ତବ୍ୟ ନିର୍ବାହ କରିଛି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଉଦ୍ୟୋଗ ଓ ବାଣିଜ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯିବା ପରେ ଭାରତୀୟ ବାୟୁ ସେନା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏଲଜି ପଲିମର୍ସରେ ଷ୍ଟାଇରିନ ମୋନୋମର ଷ୍ଟୋରେଜ ଟ୍ୟାଙ୍କରେ ହୋଇଥିବା ଗ୍ୟାସ ଲିକର ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରିତ କରିବା ଲାଗି ଆବଶ୍ୟକ ୮.୩ ଟନ ରାସାୟନିକ ବିମାନ ଯୋଗେ ପରିବହନ କରିଛି। ଭାରତୀୟ ବାୟୁସେନାର ଦୁଇଟି ଏଏନ-୩୨ ପରିବହନ ବିମାନ ଗୁଜରାଟର ମୁନ୍ଦ୍ରାରୁ ପାଖାପାଖି ୧୧୦୦ କିଗ୍ରା ଟର୍ଶିଆରୀ ବୁଟିଲକ୍ୟାଟଲଚୋଲ ଏବଂ ୭.୨ ଟନ ପଲିମେରାଇଜେସନ ଇନହିବିଟର୍ସ ଏବଂ ଗ୍ରୀନ ରିଟାର୍ଡର୍ସ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ପହଞ୍ଚାଇଥିଲା। ଏହି ରାସାୟନିକ ଷ୍ଟୋରେଜ ଟ୍ୟାଙ୍କରୁ ଲିକ ହେଉଥିବା ଗ୍ୟାସର ବିଷକ୍ରିୟାକୁ ହ୍ରାସ କରିବା ଲାଗି ଆବଶ୍ୟକ। ଭାରତୀୟ ବାୟୁ ସେନା ଦିଲ୍ଲୀସ୍ଥିତ ଭାରତ ପେଟ୍ରୋଲିୟମ ସଂସ୍ଥାନର ନିର୍ଦ୍ଦଶେକ ଓ ଷ୍ଟାଇରିନ ଗ୍ୟାସର ଏକ ବିଶେଷଜ୍ଞଙ୍କ ଯାତ୍ରାକୁ ମଧ୍ୟ ସୁଗମ କରିଥିଲା। ଗ୍ୟାସ ଲିକକୁ ନିୟନ୍ତ୍ରଣ କରିବା କାର‌୍ୟ୍ୟ ଅନୁଧ୍ୟାନ ଲାଗି ଏହି ଦୁଇ ଅଧିକାରୀଙ୍କର ଆବଶ୍ୟକତା ରହିଥିଲା। ଏହାଛଡ଼ା ଭାରତୀୟ ବାୟୁସେନା କୋଭିଡ-୧୯ ମହାମାରୀ ସମୟରେ ଭାରତ ସରକାରଙ୍କର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବା ତଥା ରାଜ୍ୟ ସରକାର ଓ ଅନ୍ୟ ସହାୟକ ଏଜେନ୍ସିଗୁଡ଼ିକୁ ସହାୟତା କରିବା ଦିଗରେ ନିରନ୍ତର ସେବା ପ୍ରଦାନ କରିଆସୁଛି । ୨୫ ମାର୍ଚ୍ଚ, ୨୦୨୦ଠାରୁ ଅର୍ଥାତ ଭାରତୀୟ ବାୟୁସେନା ଭାରତ ସରକାରଙ୍କ ସହା଼ୟତା କରିବା ଲାଗି ବିଭିନ୍ନ ପ୍ରୟାସ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଏହା ୭୦୩ ଟନ ଲୋଡ ସାମଗ୍ରୀ ବିମାନ ଯୋଗେ ପରିବହନ କରିଛି। କୋଭିଡ-୧୯ ସଂକ୍ରାନ୍ତ ଯେକୌଣସି କାର‌୍ୟ୍ୟ ଲାଗି ଭାରତୀୟ ବାୟୁ ସେନାର ମୋଟ ୩୦ଟି ଭାରୀ ଏବଂ ମଧ୍ୟମ ମାଲବାହୀ ବିମାନ ନିୟୋଜିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ